କେମିତି ଦେଖିବ ଚାନ୍ଦ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି, ଖୋର୍ଦ୍ଧା .
---------- --------------------- ----------
ସବୁତ ମାୟାରେ ବାଇଆ ରେ ବନ୍ଧୁ
ସଭିଏଁ ଯେପରି ଅନ୍ଧ
କଳାଦିଶେ ସବୁ ଘୋରଅନ୍ଧାର ରେ
କିଏ ଦେଖାଇବ ଚାନ୍ଦ
ସଭିଏଁ ଏବେତ ଅନ୍ଧ ,କିଏ ଦେଖାଇବ ଚାନ୍ଦ ।।

ପାପର ଆଗ୍ନେୟଗିରି ଉଦ୍-ଗିରଣ
ଲାର୍ଭା ଜାଳି,ପୋଡିଦିଏ
ଅନଳେ ପତଙ୍ଗ ଝାସଦେବା ପ୍ରାୟ
ସମାଜ ଦଉଡୁଥାଏ
କିଏସେ ବୁଝିବ ତୁମ ଦୁଃଖ ଦାଉ / ମୁଣ୍ଡପିଟି ଯେତେ କାନ୍ଦ
ସଭିଏଁ ଏବେତ ଅନ୍ଧ,କିଏ ଦେଖାଇବ ଚାନ୍ଦ ।।

ପ୍ରେମକରେ ଷଠ ଗଢିଦେଇ ମଠ
ପ୍ରବଚନ ମନ୍ତ୍ର ବଳେ
କାମିନୀ ମନରେ ଆଶାର ସଉଧ
ପାପବିଶ୍ଵାସ ରେ ତୋଳେ
ବୁଝେନା ନୀରିହ ଅବଳା ଏପରି / ପାପିପୁରୁଷର ଛନ୍ଦ
ସଭିଏଁ ଏବେତ ଅନ୍ଧ,କିଏ ଦେଖାଇବ ଚାନ୍ଦ ।।

ବିଶ୍ଵାସ କାହାକୁକରିବ ସକଳେ
ଚକ୍ଷୁଶ୍ରବା ସମ କୃର
ସମାଜ ନିଥର ଅଥର୍ବ ତାହାର
ଦଂଶନେ ବାରମ୍ବାର
ବିଷଝଡା ଗୁଣି ବିଶଲ୍ୟକରଣୀ / ପାଇଁ ନିତିଚାଲେ ଦ୍ଵନ୍ଦ
ସଭିଏଁ ଏବେତ ଅନ୍ଧ,କିଏ ଦେଖାଇବ ଚାନ୍ଦ ।।

ପାଦତଳୁ ମାଟି ଖସି ଖସି ଯାଏ
(ସତେ) ଆକାଶ ପଡିବ ଖସି
ମଣିଷ ମନରୁ ଲିଭି ଯାଉଅଛି
ଯେତେ ହସ ଯେତେ ଖୁସି
କେମିତି ବୁଝିବ ପାପମଣିଷର /:କେତେ ମାୟା କେତେ ଛନ୍ଦ
ସଭିଏଁ ଏବେତ ଅନ୍ଧ,କିଏ ଦେଖାଇବ ଚାନ୍ଦ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡିର, ଖୋର୍ଦ୍ଧା ଦୂରଭାଷ :