(ଢାଳି ଦିଅ ଯେତେ ଦୁଃଖ ଅଛି ପ୍ରଭୁ ) **************************

ସୁଖ ଲୋଡ଼ା ନାଇଁ ଶାନ୍ତି ଲୋଡ଼ା ନାଇଁ
ଲୋଡ଼ା ନାଇଁ ମୋର ଯଶ କି ଗୌରବ
ଏଇ ମାଟି ପିଣ୍ଡ ତୁମକୁ ପାଇଲେ
ପାଇବ ସେ କୋଟି ଜନମ ବୈଭବ
ସୁଖ ଲୋଡ଼ା ନାଇଁ........
ସୁଖ ଯଦି ଦେବ ସୁଖେ ମଜ୍ଜି ଯିବି
ଜୀବନ କାଳରେ ଦେଖା ନପାଇବି
କାରଣ ଜୀବନ ଅକାରଣ ହେବ
ଅନ୍ତକାଳେ ଯମ ଦଣ୍ଡ ଭୋଗୁଥିବ
ତୁମେତ ନଥିଲେ ଆଉ କିଛି ନାହିଁ
ତୁମ ବିନା ସବୁ ମୂଲ୍ୟହୀନ ହୋଇ
ସୁଖ ଲୋଡ଼ା ନାଇଁ..........
ଢାଳିଦିଅ ପ୍ରଭୁ ଅଙ୍ଗେ ଅଙ୍ଗେ ମୋର
ଯେତେ ଦୁଃଖ ଅଛି ସଂସାର ଭିତର
ଦୁଃଖର ସାଗରେ ବୁଡିଯାଇ ମୁହିଁ
ଡାକିବି ଗୋବିନ୍ଦ ତ୍ରାହି କର ତୁହି
ଲକ୍ଷେ ଯୋଜନରୁ ମୋର ଡାକ ଶୁଣି
ଉଦ୍ଧାର କରିବୁ ତୁହି ଚକ୍ରପାଣି
ସେ ପାଇଁ ମାଗୁଛି ଦୁଃଖ ଅଛି ଯେତେ
ଦେଇ ମତେ ପ୍ରଭୁ ଥାଅ ମୋର ସାଥେ
ଦୁଃଖ ବିନା ଆଉ କିଛି ମାଗୁନାହିଁ
ଦୁଃଖ ଥିଲେ ତୁ ଥିବୁ ମୋ ସାଥେ ରହି.

ବୈଦ୍ୟନାଥ ପଣ୍ଡା.
ଅବଦଲ ପୁର. ଯାଜପୁର.
ଦୂରଭାଷ-9439854199.


ରଚନା : ବୈଦ୍ୟନାଥ ପଣ୍ଡା

ଠିକଣା : ଅବଦଲ ପୁର. ଯାଜପୁର. ଓଡିଶା ଦୂରଭାଷ : 9439854199