ଜୀବନ ଜଞ୍ଜାଳ ଡାକେ
ମୋ ପାଖକୁ ଆ
ତୋ ବିନା
ମୁଁ ଯେ
ଅଧୁରା ଅସହାୟ.......
କିଏ ବୁଝିବ ମୋ କଥା !
ତୁ ଯେ ସୃଷ୍ଟିର
ଯୁଗେ ଯୁଗେ
ଧରିତ୍ରୀ ସର୍ବଂସହା ମା ....
ଏପଟେ
ମୋ ଜୀବନ ମୋତେ ଚାହେଁ
ଖୁବ୍ ଅସହାୟ ଭାବରେ
ଖୁବ୍ ଅଭିମାନୀ ସେ
କହେ
କାହିଁକି ଆଲୋକ ଦେଖିଥିଲୁ
ଏ ପୃଥିବୀର...
ଏମିତି ଏ ଜଞ୍ଜାଳ ଭିତରେ
ଜଳି ଜଳି ସଳିତା ହେବାକୁ
ନା ଆଉ କିଛି
ତା ବାହାରେ...
ଆଉଜି ଆଣେ
ଛାତି ଉପରକୁ ତାକୁ
ଅଜାଣତେ ମୋର
ଦୁଇଟୋପା ଲୁହ ତାକୁ ସିକ୍ତ କରେ
ସେ ପୁଣି ଚିହିଁକି ଉଠି ଚାହେଁ
ମୋର ଉତ୍ତର ଅପେକ୍ଷାରେ
କହେ
ଦେଖିଲୁନି
ମୋ ବିନା ଏ ଦୁନିଆର
ସବୁ ସ୍ବପ୍ନ ଯେ ଅଧୁରା...
ଏ ଦୁନିଆର
ସବୁ ସ୍ଵପ୍ନ ଭିତରେ ତ
ମୁଁ ଅଛି ଭର୍ ପୁର୍
ମୋର ନିଜସ୍ବ ସ୍ବପ୍ନ କାହିଁ ?
ନାହିଁ ବୋଲିତ
ମୁଁ ମା
ସର୍ବଂସହା..।।
*******************


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :