..............
ଭାରି ଅମାନିଆ ନିଆଁଲଗା ଏଇ
ଲଘୁଚାପର ବରଷା
ବିନା ସୁନାମିରେ ପ୍ରବଳ ଢେଉରେ
ଭାଙ୍ଗିଦିଏ ମୋ ଭରସା ll
ଚିର ନିଷ୍ପେସିତା ଅବହେଳିତା ମୁଁ
ଅବାଞ୍ଛିତ ଗୋଟେ ଝିଅ
ଉପନ୍ୟାସ କିମ୍ବା କବିତା ନୁହଁ ଏ
ଅଟେ ମୋ ମନର କୋହ ll
ପ୍ରବଳ ଇଚ୍ଛା ମୋ ସାଙ୍ଗ ସାଥି ମେଳେ
ଯିବି ମୁଁ ବି ବିଦ୍ୟାଳୟ
ଦାରିଦ୍ର୍ୟ ଗିରିର ଝରଣା ପରିକା
ଝରୁଥାଏ ଆଖି ଲୁହ ll
ପେଟ ପାଟଣାରେ ଅନଳ ଲାଗିଛି
ସିକ୍ତ କିପରି ହୋଇବ
ଆଣ୍ଟାର୍ଟିକାର ତ ବରଫ ଖଣ୍ଡକୁ
ମୁଣ୍ଡେଇବାକୁ ପଡ଼ିବ ll
ହୋଇଗଲା ମିଛ ସାତ ସପନ ମୋ
ବଂଚିବାକୁ ତ ହେବ
ରତ୍ନ ବିମଣ୍ଡିତ ସୁବର୍ଣ୍ଣ ଲଙ୍କା ରେ
ଜାନକୀଙ୍କ କଣ ଲାଭ ll
ନବୀନ ପଧାନ
ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବାବୁଫାସଡ
ବଲାଙ୍ଗୀର
ରଚନା : ନବୀନ ପଧାନ
ଠିକଣା : ଫାସଡ ଦୂରଭାଷ :
Sent via Google Forms Email
