ଚୁଲବୁଲି ଝିଅଟିଏ ତୁ
ପୂର୍ଣ୍ଣାଙ୍ଗ ନାରୀର କ୍ଷୁଦ୍ର ଅଣୁଟିଏ ତୁ
ମାତୃକୋଳେ ଯେବେ ହେଉ ଆବିର୍ଭାବ
ଧରିତ୍ରୀ ମା'ର ଛାତିଟା ଫାଟିଉଠେ
ହସ ଜୁଆରରେ ଗଗନ ପବନ ପ୍ରକମ୍ପିତ ହୁଏ
ତୁ କାଳେ ଲକ୍ଷ୍ମୀ....ଦୁର୍ଗା...ସରସ୍ୱତୀ
ତୋତେ ପାଇ ଜୀବଜଗତ ପୁଲକିତ ହୁଏ
ସତରେ ତୁ ସ୍ୱର୍ଗର ନନ୍ଦନକାନନରେ ଫୁଟିଥିବା ସଜ ପାରିଜାତ ଟିଏ
କିବା ଆନନ୍ଦ ମହଲରେ ନାଚୁଥିବା
ଚୁଲ ବୁଲି ଝିଅଟିଏ ।
ତୁ ସୃଷ୍ଟି କରୁ ଭାଇ ଭଉଣୀର ଅମୃତ ସମ୍ପର୍କ
ତୁ ବି ପତ୍ନୀ ହୋଇ କେବେ ପତିକୁ କରୁନା ପତିତ
ମା' ହୋଇ ପ୍ରଦର୍ଶିତ କରୁ ବାତ୍ସଲ୍ୟ ମମତାର ଲୀଳା
ହେଲେ ଦୁଃଖ ଲାଗେ
କିଶୋରୀ ବୟସେ ଅମଣିଷ ଯେବେ କରେ ଶୋଷଣ
ଅଜ୍ଞାନ ମାଦକେ ପ୍ରତିକ୍ଷଣ କରେ ସଂଜ୍ଞାହୀନ
ତଥାପି ସର୍ବସଂହା ରୂପେ
ସହାସ୍ୟ ବଦନେ କରୁ କଷ୍ଟ ଯନ୍ତ୍ରଣା ପାନ
କାନ୍ଦକୁ ହଜମ କରି କରୁ ଶ୍ରଦ୍ଧା ସୁମନ ଅର୍ପଣ
ସତରେ ତୁ ବୃନ୍ଦାବତୀର ସଞ୍ଜ ସଳିତାଟିଏ
କିବା ମନ୍ଦିରର ସୁଗନ୍ଧି ଧୂପଟିଏ
ଆଉ ଚୁପି ଚୁପି ଖୁସି ବାଣ୍ଟୁଥିବା
ଚୁଲବୁଲି ଝିଅଟିଏ ।
✍🏻 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*✍🏻
0 Comments
You can write now your valuable comments here. Off-topic comments may be removed or deleted without prior notice.