ଆକାଶରେ  କଳାବାଦଲ ଘୋଟିଛି
ବହେ ସୁଲୁସୁଲୁ ବାଆ
ନଦୀ ପଠାରେ ହସେ କାଶତଣ୍ଡି
ଅଣିଣକୁ ଡାକେ ଆ'

କନକ ଗୋରୀ ବଡ ଚତୁରୀ
ସକାଳୁ ସିନାନ  ସାରି
ଦେବାଳୟ ଯାଏ ବଡ ଶରଧାରେ
ଦିଅଁ ଦରଶନ କରି

ବଡିଭୋରରୁ ଅସରାଏ ମେଘ
ଆସେ ଭିଜା ମାଟିର ବାସ୍ନା
ଗୋଗୋଷ୍ଠ ପାଇଁ ଶୁଭିଲାଣି ଡାକ
ବଉଳା ହେଲାଣି ଆତୁରା

ବାଲି ଛତୁ କଢ ଉଙ୍କି ମାରିଲାଣି
ଦାଣ୍ଡ ବିଲ ଗୋହିରିରେ
କାଳିଆ କସରା ହାତେ ଧରିଣ
ଚଷା ଭାଇ ଗୋଡ କାଢେ

ଗ୍ରାମର ଲଳନା ଅତି ସୁକୁମାରୀ
କାଖରେ ଧରି କଳସୀ
ଅଳସ ଚାଲିରେ ଯାଏ ଜଳ ଆଣି
ଅଳପ ଦୁରେ ସରସୀ

ସୀମନ୍ତିନି ମଥାର ସିନ୍ଦୁରଗାର
ଦିଶିଲାଣି ଜକଜକ
ମୁଣ୍ଡରେ ଓଢଣା ତା ଲାଜୁଆ ଆଖି
କହେ କଥା ଅନେକ

ଉଇଁଲାଣି ଭାନୁ ପୂରୁବ ଦିଗେ
ଖେଳିଯାଏ ରକ୍ଥିମ ଆଭା
ନୀଡରୁ ପକ୍ଷୀ ଯାଉଛନ୍ତି  ଉଡି
ଦିଶେ କେଡେ ମନଲୋଭା ।

ଖାନନଗର, ବାଲେଶ୍ବର