ମୁଁ ତୁମର ସେଇ ଭଙ୍ଗା ଶୂନ ଗାଡି
ମୋଟର ଗାଡି ପାଇ ମୋତେ ଭୁଲିଛ
ହେଲେ ମୋର ଟିକେ ନାହିଁ ଦୁଃଖ
ମୁଁ ଜାଣିଛି ତୁମେ ମୋତେ ଭାବିପାରିବନି ତୁଛ ।।

ସୁଖରେ ହେଉ ଅବା ଦୁଃଖରେ
ସଦା ରହିବି ମୁଁ ତୁମ ସାଥିରେ
ତୁମେ ପଛେ ମୋତେ ଭୁଲିଯାଅ
ଯେତେ ଦୁରେ ଅବା ଯେଉଁଠି ବି ଥାଅ ।।

ମୋତେ ଟିକିଏ ସଜାଡି ରଖ
କେବେ କରିବିନି ତୁମ ମନ ଦୁଃଖ
ଅଳପ ପଇସା ଖରଚ କରିବ
ଅନେକ ସୁଫଳ ତହୁଁ ଲଭିବ ।।

ମୋ ପାଇଁ ପାଇବ ତୁମେ ଉତ୍ତମ ସ୍ୱାସ୍ଥ୍ୟ
ହେବନି ସହଜେ ବଇଦଙ୍କ ଦ୍ୱାରସ୍ଥ
ଦରକାର ନାହିଁ କୌଣସି ବୀମା
ପରିବେଶ ପ୍ରଦୂଷଣ ହେବନି ଜମା ।।

ଆରକ୍ଷୀ ବାବୁ ବି ହେବେ ଦଣ୍ଡବତ
ବଡ଼ ବଡୁଆ ବି କରିବେ ସ୍ୱାଗତ
ଗଣିବାକୁ ପଡିବନି କେବେ ଅର୍ଥ ଦଣ୍ଡ
ସୁଦୃଢ଼ ରହିବ ତୁମ ଆର୍ଥିକ ମାନଦଣ୍ଡ ।।

ଦରକାର ପଡ଼ିଲେ ଖୋଜିବ ମୋତେ
ଭୁଲିବ ନାହିଁ କେବେଟି ମୋତେ
ଜୀବନ ରଥ ତୁମ ଚାଲୁ ଏମିତି ଗଡି
ଇତି ମୁଁ ତୁମର ଭଙ୍ଗା ଶୂନ ଗାଡି ।।

Writer's Details: ରାକେଶ ସାହୁ
Content Category:
Submission Date: Sep 08, 2019