ଗୁରୁ ତୁମେ ମୋର 
   ଅନ୍ଧାର ଆକାଶେ
      ଆଶାର ପୁନେଇଁ ଜହ୍ନ ,,
ତୁମେ ବ୍ରହ୍ମା ତୁମେ
   ବିଷ୍ଣୁ, ମହେଶ୍ୱର 
      ଗୁରୁ ମୋର ପରଂବ୍ରହ୍ମ    ।।
ଉତ୍ତାଳ ତରଙ୍ଗ 
   ନୀଳ ବାରିଧି ରେ 
      ଗୁରୁ  ନିସ୍ତାର ନଉକା ,,
ଅମା,ଅନ୍ଧକାର 
   ସରଣୀ ରେ ଗୁରୁ 
   ତୁମେ ଆଲୋକ ବର୍ତ୍ତିକା    ।।
ଅଜ୍ଞାନ ତିମିର 
  ଆବରଣ ତୁଟେ 
ତବ ପଦ ସେବା କଲେ ,,
  ଗୁରୁ ଜ୍ଞାନ ସୂର୍ଯ୍ୟ 
    ରଶ୍ମି ରେ ଜୀବନ 
    ସହସା ଉଜ୍ବଳି ଉଠେ  ।।
ଗୁରୁ ବିନା ଜୀବ 
  ନିସ୍ତାର ନାହିଁ ସେ 
   ସବୁଠାରୁ ବଡ଼ ଧନ ,,
ଗୁରୁଦେବ,ବେଦ, 
ଗୀତା,ଜଜ୍ଞ,ହୋମ 
   ଗୁରୁ ତ ମହା ପୁରାଣ  ।।
ତୁମେ ମାତା,ପିତା,
    ବନ୍ଧୁ,ସହୋଦର 
      ତୁମେ ମୋ ଜୀବ ଜୀବନ ,,
ତୁମ ପଦ୍ମ ପାଦେ 
   ଅଧମ ଜନ ମୁଁ 
       ମାଗୁଛି ଦିଅ ହେ ଶରଣ    ।।