• ମୁଁ ଆସିଛି ହେ ତୁମ ଦୁଆରେ
• ଦରଶନ ଦିଅ ଦରଶନ ଦିଅ
• ଦେଖିବି ପାପ ଚକ୍ଷୁରେ  ।।
• 
• ସଂସାର ବନ୍ଧନ
•           ମନେପଡେ ନାହିଁ
• ଚଉଦିଗେ ତୋର ରୂପ ଝଲସଇ
• ମନ ମୋ ତୋ ପାଦପଦ୍ମ ରେ
• ମୁଁ ଆସିଛି ହେ ତୁମ ଦୁଆରେ  ।।
• 
• ବୈନତେୟ ପଛେ
•          ହୋଇଛି ଠିଆ ହେ
• ଅଧା ଅଧା ମୁହଁ କରୁଛି ବାଇଆ
• ସତେ/ପ୍ରାଣ ପକ୍ଷୀ ଉଡିଯାଏ ରେ
• ମୁଁ ଆସିଛି ହେ ତୁମ ଦୁଆରେ  ।।
• 
• ଫାଳେ ଚକା ନେତ୍ର
•           କଲାଣି ମୋହିତ
• ହୋଇଗଲିଣି ହେ ଭାବେ ବିହ୍ଵଳିତ
• ତାନ୍ତ୍ରିକ ର ମନ୍ତ୍ର ପ୍ରକାରେ
• ମୁଁ ଆସିଛି ହେ ତୁମ ଦୁଆରେ  ।।
• 
• ଦୟାଣା, ତୁଳସୀ
•           ମାଳର ମହକ
• ରତନ ଦୀପରେ କର୍ପୁର ର ଧୂପ
• ମନ ପ୍ରାଣ ହଜିଯାଏ ରେ 
• ମୁଁ ଆସିଛି ହେ ତୁମ ଦୁଆରେ  ।।
• 
• ବିଶ୍ଵ କଳାକାର
•         ଶ୍ରୀରଙ୍ଗା ଅଧର
• ପାପନେତ୍ର ପଥେ ଦର୍ଶନ ତୁମର
• ସାହା ହେବେ ଆରପାରି ରେ
• ମୁଁ ଆସିଛି ହେ ତୁମ ଦୁଆରେ  ।।
