ଚାଖଣ୍ଡେ ସୂତାର ବନ୍ଧନ
ସୃଷ୍ଟିକଲା ଭାଇ ଭଉଣୀଙ୍କ ହୃଦେ ପବିତ୍ର ସମ୍ପର୍କର କମ୍ପନ
ସରାଗର ହାତଦୁଇଟା
ବିଶ୍ବାସରେ ଚମକିଲା
ରାକ୍ଷୀ ବନ୍ଧା ପବିତ୍ର ହାତଟା ସତେ ଯେମିତି ବଜ୍ର ପାଲଟିଗଲା
ମଥାର ତୀଳକ ବନାଇଲା ବୀର ଶକ୍ତିଶାଳୀ ତ
ଚନ୍ଦନଟା ଦେଲା ସୁସ୍ଥ ଚିନ୍ତନର ଉଚିତ୍ ମାର୍ଗ
ମମତାର ମିଠାଟା ଆତ୍ମାକୁ ବି ମଧୁର କରିଦେଲା
ଖାଲି ଶୁଭୁଥିଲା
ଭାଇ,ରହିଲା ରାଣ
କଲି ସ୍ୱୟଂ ସମ୍ପୂର୍ଣ୍ଣ ସମର୍ପଣ
ନିଶ୍ଚେ ରଖିବୁ ତୋ ଗେହ୍ଲା ଭଉଣୀର ମାନ ସମ୍ମାନ।

ସଂସ୍କୃତିର ଏଇ ପରମ୍ପରାଟା 
ଆତ୍ମୀୟ ମାଳରେ ଛନ୍ଦିଦିଏ କେତେ ଯେ ଆତ୍ମାକୁ
ଅପରିଚିତଟା ବି ଖୋଦ ନିଜର ପାଲଟିଯାଏ
ଧର୍ମକୁ ସାକ୍ଷୀ ରଖି
ପୁଣ୍ୟକୁ କରେ କେତେ ଯେ ଆବାହନ
ପ୍ରେମ,ପ୍ରୀତି,ଶ୍ରଦ୍ଧା ଗୁଡାକ ଆତ୍ମହରା ହୋଇ କରନ୍ତି ସଂକୀର୍ତ୍ତନ
ସୃଷ୍ଟି ହୁଏ ଆଦର୍ଶ ରାମରାଜ୍ୟ
କର୍ଣ୍ଣବି ଶୁଣେ
ମୁଁ ଜଗା ତୁ ପରା ମୋ ଭଉଣୀ ସୁଭଦ୍ରା
ନିଶ୍ଚେ ରଖିବି ମର୍ଯ୍ୟାଦା ଦେଇ  ସୁରକ୍ଷା
ଏ ପରା ଭାଇ ଭଉଣୀର ମମତାର ନିଦର୍ଶନ
ଅମୁଲ୍ୟ,ଅତୁଲ୍ୟ,ଅପୂର୍ବ ଏ
ରକ୍ଷା କବଚ ସୁରକ୍ଷା ରକ୍ଷା ବନ୍ଧନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର