
ଏ ଆଖିକୁ ଭରଷା କରିବ କିଏ..??
କେବେ କାନ୍ଦୁ କାନ୍ଦୁ ହସିଦିଏ
କେବେ ହସୁ ହସୁ କାନ୍ଦି ଦିଏ..
ସୁନେଲି ସକାଳେ ହଳଦୀ ସ୍ନାହାନେ
ମଧୂଝରା ଗୀତ ଗାଏ
ପ୍ରିୟତମ ପ୍ରିତି ଫଗୁ ଅବିରରେ
ସାରା ଅଙ୍ଗ ବୋଳିହୁଏ..
ପୁଣି, ଲୋତକ ନିଗାଡୁ ଥାଏ..
ପହିଲି ପୁଲକେ ମଧୁକର ସ୍ପର୍ଶ
ମଧୁ ଯେବେ ଲୁଟିନିଏ..
ଏ ଆଖିକୁ ଭରଷା କରିବ କିଏ..??
ଲାଜର କଜଳ ଆଖି ପଥଧାରେ
ନଇଁ ନଇଁ ଯେବେ ଯାଏ
ଚାହାଣୀ କମାଣ ନରମ ହୃଦୟ
ଛାତି ଚିରି ନିତି ଧାଏଁ..
ଏ ଆଖିଟି ଅବୁଝା ହାଏ..
ଯେତେ ପଢିଲେ ବି ପ୍ରେମ ବର୍ଣ୍ଣବୋଧ
ନିତି, ଅଧ୍ୟାୟ ପ୍ରାରମ୍ଭ ହୁଏ..
ଏ ଆଖିକୁ ଭରଷା କରିବ କିଏ..??
ଆଖି ହିଁ ଦେଖାଏ କେତେ ସତ ମିଛ
ନିଜଠୁ ନିଜର ଯିଏ
ସେଇ ଆଖି ପୁଣି ସାତପର କହି
ଧୋକ୍କା ଦେଇ ଚାଲିଯାଏ..
କରୁଣ ରାଗିଣୀ ବହେ..
ମଧୂବନ କୁଞ୍ଜ କାନନେ ବିକ୍ଷିପ୍ତ
ବାତୁଳ ରାଧିକା ପ୍ରାୟେ..
ଏ ଆଖିକୁ ଭରଷା କରିବ କିଏ..??
କେବେ କାନ୍ଦୁ କାନ୍ଦୁ ହସିଦିଏ
କେବେ ହସୁ ହସୁ କାନ୍ଦି ଦିଏ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
କେବେ ହସୁ ହସୁ କାନ୍ଦି ଦିଏ..
ସୁନେଲି ସକାଳେ ହଳଦୀ ସ୍ନାହାନେ
ମଧୂଝରା ଗୀତ ଗାଏ
ପ୍ରିୟତମ ପ୍ରିତି ଫଗୁ ଅବିରରେ
ସାରା ଅଙ୍ଗ ବୋଳିହୁଏ..
ପୁଣି, ଲୋତକ ନିଗାଡୁ ଥାଏ..
ପହିଲି ପୁଲକେ ମଧୁକର ସ୍ପର୍ଶ
ମଧୁ ଯେବେ ଲୁଟିନିଏ..
ଏ ଆଖିକୁ ଭରଷା କରିବ କିଏ..??
ଲାଜର କଜଳ ଆଖି ପଥଧାରେ
ନଇଁ ନଇଁ ଯେବେ ଯାଏ
ଚାହାଣୀ କମାଣ ନରମ ହୃଦୟ
ଛାତି ଚିରି ନିତି ଧାଏଁ..
ଏ ଆଖିଟି ଅବୁଝା ହାଏ..
ଯେତେ ପଢିଲେ ବି ପ୍ରେମ ବର୍ଣ୍ଣବୋଧ
ନିତି, ଅଧ୍ୟାୟ ପ୍ରାରମ୍ଭ ହୁଏ..
ଏ ଆଖିକୁ ଭରଷା କରିବ କିଏ..??
ଆଖି ହିଁ ଦେଖାଏ କେତେ ସତ ମିଛ
ନିଜଠୁ ନିଜର ଯିଏ
ସେଇ ଆଖି ପୁଣି ସାତପର କହି
ଧୋକ୍କା ଦେଇ ଚାଲିଯାଏ..
କରୁଣ ରାଗିଣୀ ବହେ..
ମଧୂବନ କୁଞ୍ଜ କାନନେ ବିକ୍ଷିପ୍ତ
ବାତୁଳ ରାଧିକା ପ୍ରାୟେ..
ଏ ଆଖିକୁ ଭରଷା କରିବ କିଏ..??
କେବେ କାନ୍ଦୁ କାନ୍ଦୁ ହସିଦିଏ
କେବେ ହସୁ ହସୁ କାନ୍ଦି ଦିଏ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର