ଗର୍ଭିଣୀ ଆକାଶ - ପ୍ରତାପ ନାୟକ

0

ପ୍ରତାରଣାର ପରକୀୟା ପ୍ରିତୀ
କନିଆଁ ଖୋଜୁଛି କିଆ ଗୋହିରିରେ,
ନିରବ ଆଖିପତାର ଅନ୍ତରାଳେ
ଚୁନା ଚୁନା ମେଞ୍ଚାଏ କବିତା......

ଅଧମର ସାରୁବିଲେ ଶଙ୍ଖ ତୂରୀବାଜେ
ସାଜେ ପୁଣି ସିରି ସିରି ବାଆ
ମତାଣିଆ ପ୍ରଗଳ୍ଭ ଗାଳ୍ପିକ
ଖୋଜେ କାହିଁ ସାମିଆନା ରଙ୍ଗବେରଙ୍ଗର

ହସି ହସି ଚାଲିଯାଏ ରାଣୀବେଙ୍ଗୁଲି
ଟାହିଆ ଧରିପାରେନା ତତେ
ନିଗାଡି ଛାଡିଦିଏ ସରୁ ନାଳୀଧୀରେ...

କଖାରୁ ଫୁଲିଆ ମୁହଁ ....
ପିଚକାରୀ ମରା ଧନ ....
ଖୋଜୁଥାଏ ସିପସରୁବାଲି,
ଯେମିତି ରାଧା ନାଚିବ
ତାଳିମାରୀ ସଖୀ କଣ୍ଢେଇରେ......

ତା ଭିତରେ ତୋ ହାତ .....
ତା ଭିତରେ ମୋ ମୁହଁ .....
ଟୋପିଟୋପି କୂହୁକ ମୁଣିରେ,
ପରସିବ ହୃଦୟର ଜ୍ୱାଳା
ତୋଅର
ପୁଣି ମୋର ବି.....

ସଘନ କୁହୁଡି ଜଡେଇ ରଖିବ ,
ଉଜୁଡା କିଆରି ହସୁଥିବ
ତୋ ମୁହଁକୁ ଚାହିଁ ,
ଆଉ ତୁ ହସୁଥିବୁ କିରିକିରି
ଚାହୁଁଥିବୁ ମତେ ......
କେବେ ପୁଣି
ଚାହୁଁଥିବୁ ଗର୍ଭିଣୀ ଆକାଶ....... 

Writer's Details: Pratap Nayak Ambasouri BALICHANDRAPUR JAJPUR
Content Category:
Submission Date: Aug 11, 2019

Post a Comment

0Comments
Post a Comment (0)