ସୁଷମା ସ୍ୱରାଜ ତୁମେ କୋଟି ହୃଦ ରାଣୀ ,
ଗୁଣ ଗରିମାରେ ମନ ନେଇଥିଲ କିଣି ।

ସବୁ ସୁଷମା ତୁମଠି ବିହି କରି ଠୁଳ ,
ଏ ଧରାକୁ ପେଷିଥିଲେ ଦେଇ ବୁଦ୍ଧି ବଳ ।

କୋକିଳା କଣ୍ଠି ଗୋ ତୁମ ମଧୁର ଭାଷରେ ,
କେତେ ପ୍ରଭାବିତ ହେଲେ ଦେଶ ବିଦେଶରେ ।

ଛୋଟ ବେଳୁ ଥିଲା ବହୁ ପ୍ରତିଭା ତୁମର ,
ପ୍ରେରଣାର ଉତ୍ସ ତୁମେ ଆଗୋ ନାରୀବର ।

ଦେଶ ଜାତି ହିତେ କଲ କରମ ଅଶେଷ ,
ଥକି ପଡ଼ି ନାହଁ କେବେ ସେ କାର୍ଯ୍ୟରେ ଲେଶ ।

ତୁମ ସୁମଧୁର ହାସ ,କ୍ରାନ୍ତିକାରୀ ଭାଷ ,
ମନେ ରଖିଅଛି ,ରଖିଥିବ ଏଇ ଦେଶ ।

ଶକ୍ତିମୟୀ ,ଜ୍ୟୋତିର୍ମୟୀ ଏବେ ଗଲ ଶୋଇ ,
ଝୁରୁଅଛୁ ଦେଶବାସୀ ତୁମ ଗୁଣ ଗାଇ ।

ହେ ବିଦୁଷୀ ଦେଶ ଜାତି ହିତେ କାମ କରି ,
ଅଫେରା ରାଇଜେ ତୁମେ ଯାଇଅଛ ଫେରି  ।

ଶ୍ରଦ୍ଧାଞ୍ଜଳି ଦେଉ ଆମେ ଦେଶବାସୀ ମିଳି ,
ଶୁଭାଶିଷ ଦିଅ ଯେହ୍ନେ ହେବୁ ତୁମ ଭଳି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ - ୭୫୯୧୨୪