ସବୁ ପିଲାର ଗାଡିଆନ ଦିନେ
            ଗଲେ ଏକଜୁଟ ହୋଇ
କହିଲେ ଯାଇ ହେଡ ମାଷ୍ଟରଙ୍କୁ
         (ଆମଶିଶୁ) ବସ୍ତାନି ବୋହି ନ ପାରଇ ।

ବେଳକୁ ବେଳ ବସ୍ତାନି ପିଲାର
               ଓଜନ କାହିଁକି ବଢଇ
ଦୟାକରି ଦିଅନ୍ତୁ ତ ବୁଝାଇ
              ମୁଖକୁ ରହିଛୁ ଅନାଇଁ ।

ଶିକ୍ଷକ ଅଭାବେ ଏ ବିଦ୍ଯାଳୟେ
              ଶିକ୍ଷା ତ ଯାଉଛି ପଛେଇ 
ବିଷୟ ଜନିତ ଶିକ୍ଷକ ନାହିଁ ତ
          ପଢା ଯେ କେମିତି ଚାଲଇ ।

କେମିତି ଆମ୍ଭଙ୍କର ପିଲା ଦିନେ
           ସମାଜରେ ମଣିଷ ହୋଇ
କିପରି ରଖିବ ନାଆଁ ଦେଶର
            ଆମ୍ଭଙ୍କୁ ଦିଅନ୍ତୁ ବୁଝାଇ ।

ଦଣ୍ଡମୁକ୍ତ ଅଞ୍ଚଳରେ ଯେତେକ ଦଣ୍ଡ
            ଭାର ବଢି ବଢି ଚାଲଇ 
ଆଉ ନ ପାରିବୁ ସହି ଏକଥା
           ଚାରିଆଡେ ଦେବୁ ବିଛାଇ ।

ଶୁଣିଣ କହିଲେ ହେଡ ମାଷ୍ଟର
         ଏ ଦୋଷ ମୋର ତ ନୁହଁଇ
ସରକାର କରୁଛନ୍ତି ଆଇନ
         ପଚାରିଲେ ଦେବେ ବୁଝାଇ ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦