ଜାଣେନା ମୁଁ
ମୋ ବିଷୟରେ
ସାମାଜ କ'ଣ କହେ,
ରାଗ, ଘୃଣା ଆଉ ପ୍ରତିହିଂସାକୁ
ମୁଁ କେବେକି ଦିହକୁ ନିଏ  ?
ସ୍ନେହ ସଜଳରେ ହୃଦୟଟା ଭରା
ଏକଥା କି ଭୂଲିଯାଏ
କାହାର ଭାବନା ମତେ କି ଛୁଏଁ ।
ଏ ମଣିଷ ଜନ୍ମର ଜାତକଟା କେବେ
ହୋଇଥାଆନ୍ତା କି ଲେଖା
ଈଶ୍ବର ସିନା ଚାହିଁଛନ୍ତି ବୋଲି
ଏ ଦୁନିଆ ହୋଇଛି ଦେଖା
ପାରିବା ତ କାହା ଶୁଖିଲା ମୁହଁରେ
ହସ ଟିକେ ଫୁଟାଇବା
ଆଶା ଦୀପ କାର ଲଭିବା ପୂର୍ବରୁ
ଘିଅ ଟିକେ ଢାଳି ଦେବା ।
ଯଦି ଏତିକି ତ ନକରିବା
ସାର୍ଥକ ହବ ମଣିଷ ଜନମ
କାହିଁକି ଏକଥା ଭାବିବା ?
ମୋ ହୃଦୟକୁ ଠିକ୍ ବୁଝିଛି ବୋଲିତ
ଅବଶୋଷ କେବେ ହୁଏନା
ମତେ ଯଦି କେହି ପରିହାସ କରେ
ତା'ର ଫରକ କିଛିବି ପଡେନା ।
ଆଶାର ଶେଷଟା ବୁଝିବା ଲୋକକୁ
ନିରାଶା କି ଛୁଇଁପାରେ ?
ସ୍ବପ୍ନର ମୂଲ୍ୟଟା ବୁଝିବା ଲୋକଟା
ହତାଶା କି ଦେଇପାରେ  ??
ଏହା ହେଇପାରେ କାହାର ଭାବନା
ମୋ ପାଇଁ ତ ଜମା ନୁହେଁ
ନିଜର ସଫେଇ ଦେବାକୁ ଚାହେଁନି
ଚାହିଁନି ବି ଆଜିଯାଏ  ।
ଜାଣେ ଏ ଜୀବନ ଠକିବନି ମତେ
ଏହା ତ କଠିନ ପରୀକ୍ଷା
ଶେଷ ନିଶ୍ଵାସଟା କହିବ ନିଶ୍ଚେ
କେତେ ଦେଇଛି ମତେ ସେ ସଂଖ୍ୟା ।।
       ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
        ଓରାଳି, ହାଟଡିହି, କେନ୍ଦୁଝର । 

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Jun 09, 2019