
ଫର ଫର ଉଡେ ଜାତୀୟ ପତାକା
ସ୍ଵାଧୀନ ଦେଶର ସନ୍ତାନ ବୋଲି
ଗର୍ବେ ହୃଦୟ ଉଛୁଳେ।
ମହାନ୍ ବୀର ସେ ପୂର୍ବସୂରୀମାନେ
ଲୁହ ଲହୁ ଦେଲେ ଢାଳି
ଦୁର୍ଲଭ ସ୍ବାଧୀନ ସ୍ବାଦ ଚଖାଇଲେ
ତିଳ ତିଳ ନିଜେ ଜଳି ।
ଅମୂଲ ମୂଲ ସେ ତ୍ଯାଗ ବଳିଦାନ
ମୂଲ୍ୟ ଦେଇପାରିବାକି
ଅହିଂସା ଅସ୍ତ୍ର ବଳୀୟାନ ହେଲା
ଧର୍ମକୁ ରଖି ସାକ୍ଷୀ ।
ସେଇ ସ୍ବାଧୀନତା ବଳିପଡେ ଆଜି
କଳାଛାୟା ଦୁର୍ନୀତିରେ
ଅତ୍ଯାଚାରର ଅନ୍ଧ ଗଳିରେ
ମଣିଷ ଚିତ୍କାର କରେ ।
ଯୁଦ୍ଧର ପୁଣି ବିଭିଷିକା ତୋଳେ
ଜୀବନର ବାଜି ଲାଗେ
ସ୍ବାଧୀନତା ସୂର୍ଯ୍ୟ ମଳିନ ପଡ଼ିଛି
ଅଶାନ୍ତିର ପରାଭବେ ।
ବ୍ଯକ୍ତିକୁ ନେଇ ସମାଜ ଗଠିତ
ବିନ୍ଦୁରୁ ସିନ୍ଧୁ ସ୍ରୁଷ୍ଟି
ମୁକ୍ତା ବିନ୍ଦୁ ସମ ଗଢ଼ିବା ନିଜକୁ
ଶୁଦ୍ଧ ହେବ ସମଷ୍ଟି ।
ଆବିଳ ହୋଇବ ତନୁ ମନ ଯେବେ
ହବ କି ପୁରଣ ସ୍ଵପ୍ନ
ଭାରତ ସଂସ୍କୃତି ମହୀୟାନ କେତେ
ଚକିତ ବିଶ୍ଵ ଭୁବନ ।
ଆନର ଉପରେ ଆଙ୍ଗୁଠି ଦେଖାଇ
ଭୂଲିଯାଉ ନିଜ କଥା
ନିଜ ଭୂଲ୍ କୁ ଆବିଷ୍କାର କରି
ଦବା ଯେ ମହାନ ବାର୍ତ୍ତା।
ଶକ୍ତି ଭରିବା ଦୃଢ଼ ବି ହୋଇବା
ଲୋଭ ଈର୍ଷା ଦୂର କରି
କରିବା ଅଟଇ ପାଇବା ଜନନୀ
କର୍ମକୁ ଜୀବନେ ବରି ।
ପିପିଲିକାଟିଏ କେତେ ଯେ କ୍ଷୁଦ୍ର
କେବେ ସେ ପଡିଛି ଥକି
ରାତି ପାହିଗଲେ ଦୂରେ ଯାଏ ପକ୍ଷୀ
ପାରିବା ନାହିଁକି ଶିଖି ?
ମଧୁମକ୍ଷୀକାଟି ଫୁଲେ ଫୁଲେ ଉଡି
ସଂଗ୍ରହ କରେ ମଧୁ
ବିନା କାର୍ଯ୍ୟରେ ପାଇଛିକି କିଏ
ଜୀବନେ ସଫଳ ବିନ୍ଦୁ ।
ନକରି ପାଇବା ଦୁର୍ନୀତିକୁ ଡାକେ
ସକଳ ଲୋଭ ଯେ ଗ୍ରାସେ
ସେଇ ହୀନ ଚିନ୍ତା ଦୂର କଲେ ମନୁ
ବିକାଶ ହୋଇବ ଦେଶେ ।
ଦୁର୍ନୀତି ବଳୟ ଭିତରୁ ନିଜକୁ
ମୁକ୍ତ କରିବା ଯେବେ
ଉଦ୍ଭାସିତ ହେବ ନୂତନ ସୂର୍ଯ୍ୟ
ମୁକ୍ତ ହୋଇବା ତେବେ ।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି,କେନ୍ଦୁଝର ।
Content Category:
Submission Date: Aug 14, 2019