କଳାକାହ୍ନୁଙ୍କର ବାଲ୍ୟଲୀଳା ଦେଖି
କୈଳାସୁ ଓହ୍ଲେଇ ଆସି ,
ବାଳ ଚପଳତା କରୁଅଛ ପ୍ରଭୋ
ବତ୍ସା ନିକଟରେ ବସି ।
କେଡ଼େ ମନୋହର ରୂପ ;
ବେନି ନୟନରେ ଦେଖି ସେ ପାରିବ
କରିଥିବ ଯିଏ ତପ !!

ଜିତେନ୍ଦ୍ରିୟ ବୋଲି ରହିଅଛି ଖ୍ୟାତି
ଯୋଗୀଙ୍କର ତୁମେ ଯୋଗୀ ,
ଏ କେଉଁ କାମନା ଭୋଇଗଲା ଭାରୀ
ଆସିଅଛ ଯାହା ଭୋଗୀ ।
ଦୁଧ,ସର ଭୁଞ୍ଜିବାକୁ ;
ଆସିଅଛ କିବା ରାମ,କୃଷ୍ଣ ସଙ୍ଗେ
ଦୈତ୍ୟ ଦର୍ପ ଗଞ୍ଜିବାକୁ !!

ଏ ଧରଣୀ ମାତା ଅତି ଆନନ୍ଦିତା
ତୁମକୁ କୋଳରେ ଧରି ,
ଆଦି ଅନ୍ତ ନାହିଁ ଯା'ର ଏ ସଂସାରେ
ଆଜି ଶିଶୁଟିଏ ପରି ।
କି ଅଦ୍ଭୁତ ଲୀଳା ନାଥ ;
ତୁମେ ବି ଗୋପାଳ ହୋଇ କି ଗୋକୁଳେ
କରିବ ଗୋରୁଙ୍କ ହିତ !!

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।