ଜୀବନଟା ଏମିତି ଗଡୁଥାଏ 
କେବେ ଠିକ୍ କରୁ କରୁ
ଭୂଲ୍ ହେଇଯାଏ
କେବେ ଭୂଲ୍ ଟା
ଠିକ୍ ହୋଇ ଆଚମ୍ବିତ କରେ,
କେବେ ହସୁଥାଏ ହୃଦୟକୁ ଖୋଲି
କେବେ କାନ୍ଦୁଥାଏ ବୁକୁ ଫଟେଇ
ଅଥଚ
ଲାଭ ଆଉ କ୍ଷତିର ହିସାବ ସେ କରିପାରେନି
ଲଭ କ୍ଷତିର ହିସାବ ରଖି ଜୀବନ କ'ଣ ଚାଲେ ???
କର୍ତ୍ତବ୍ୟ ବେଳେ ବେଳେ
ଅନେକ ପୁରସ୍କାର ଦିଏ
ସତ୍ ର ଆଶ୍ରୟ ଖୁବ୍ ଶାନ୍ତି ଭରିଦିଏ
ମିଥ୍ଯା କେବେ ସତ୍ କୁ ଅତିକ୍ରମ କରିପାରେନା,
ଜୀବନକୁ ଜଳେଇ ଜଳେଇ ମାରେ
ଘୁଣ ପୋକ ପରି ନିଃଶେଷ କରେ
ତଥାପି ମଣିଷ ସାମୟିକ ଆନନ୍ଦ ପଛରେ ଧାଏଁ
ଯେ ଚାହେଁନା ସେ ଅନେକ କିଛି ପାଏ
ଯେ ଚାହେଁ ସେ ହୁଏତ କିଛି ବି ପାଏନା ।
ଜୀବନ ଏମିତି ଅଙ୍କ କସୁଥାଏ
କାହାକୁ କଣେଁଇ ଚାହେଁ
କାହାକୁ ସଲଖ ଦୃଷ୍ଟିରେ ଚାହିଁବାକୁ ଭଲପାଏ,
ଜୀବନକୁ ଯିଏ ଯେମିତି ବୁଝେ
ଜୀବନ ବି  ତାକୁ ସେମିତି ବୁଝେଇ ଦିଏ ।
ଭଲ ମନ୍ଦ, ଦିଆ ନିଆ, ପାପ ପୁଣ୍ୟରେ
ଜୀବନ ଇତିହାସ ଲେଖୁ ଲେଖୁ
ଶେଷ ମାଇଲ୍ ଖୁଣ୍ଟ ହାତଠାରି ଡାକେ,
ପଛକୁ ଚାହେଁ.........
ଚାହିଁଲେ ବି ଫେରିପାରେନା
ଛାଡି ଆସିଥିବା ସମୟକୁ
ବିକଳ ହୋଇ ଖୋଜେ
ହେଲେ ଚିତ୍ରଗୁପ୍ତ ପାଞ୍ଜିରେ
ତା ଶେଷ ଠିକଣାଟା
ଲେଖାସରିଥାଏ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 14, 2019