ଦୂର ତାଳବଣ ସୁନାର ଫସଲ
ଛୋଟ କେନାଲର ପାଣି
ପଥ ଦୁଇ ଧାରେ ଛୋଟ ବଡ ଗଛ
ମୋ ମନକୁ ନିଏ କିଣି ।

ଗାଁ ଶେଷ ମୁଣ୍ଡେ ଛୋଟିଆ ମନ୍ଦିର
ମନ୍ଦିର ଭିତରେ ଦେବୀ
ସେ ମନ୍ଦିର ପାଖେ ମୋ ପ୍ରିୟାର ଘର
ଅତି ମନୋରମ ଛବି ।

କଇଁ ପୋଖରୀର ଗାଧୁଆ ତୁଠରେ
ଘସା ପଥରର ମୋହ
ଚହଲା ପାଣିରେ ହଳଦୀ ମଖାସେ
କୁଆଁରୀ ର ଭିଜା ଦେହ ।

ସେ ଗାଁ'ର ମାଟି ପାଣି ପବନରେ
ଆତ୍ମୀୟତା ଭରିଥାଏ
ପ୍ରିୟାଠୁ ପ୍ରିୟାର ଗାଁକୁ ଏମନ
ବେଶୀ ବୋଧେ ଭଲପାଏ ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 02, 2019