କେତେବେଳେ ତୁମେ ହରିଶଚନ୍ଦ୍ର ପରି
ଅସହାୟ ର ହୁଅ ଆଶା ବାଡ଼ି,
କେବେ ତୁମେ ସାଜ ବିର ସିଂହ ଯେନ
ଶତ୍ରୁ ଚାଲେ ଯୁଦ୍ଧ ଛାଡି।

ହୃଦୟଟି ତୁମ ପଦ୍ମ ଫୁଲ ପରି
ସୌନ୍ଦର୍ଯ୍ୟର କହେ ଗାଥା,
ପବିତ୍ର ତା ଭରା ତୁମ ବ୍ୟକ୍ତିତ୍ବ ରେ
ନଇଁ ଯାଏ କେତେ ମଥା।

ଜନ ସମୁଦ୍ରରେ ତୁମେ ଅଟ ମୋତି
ଦୁରୁ ଦେଖି ହୁଏ ବାରି,
ଏ ଧରା ପୃଷ୍ଠ ରେ ତୁମ ଯେ ମହାନ
କିଏ ହେବ ତୁମ ସରି।

କଣ୍ଟକିତ ପଥେ ପୁଷ୍ପ ବର୍ଷା ହେଉ ଲଭ ତୁମେ ଦିବ୍ୟ ଜ୍ଞାନ,
ତୁମରି ପ୍ରତାପେ ଆଲୋକିତ ହେଉ କୋଟି ଓଡ଼ିଆ ଙ୍କ ପ୍ରାଣ।

Writer's Details: ରଶ୍ମି ରଞ୍ଜନ ନାୟକ
Content Category:
Submission Date: Aug 02, 2019