ମିଳିମିଶି ଆମେ କାମ କରିବା ,
ତାହାହେଲେ ଯାଇ ଶୀଘ୍ର ସାରିବା ।

କହୁଥିଲେ ଅଜା ବୁଝାଇକରି ,
ଗଛମାନେ ସବୁ ମିତ ଆମରି ।

ଅମ୍ଳଜାନ ଆମେ ତା'ଠାରୁ ପାଉ ,
ଯାହାକୁ ସଭିଏଁ ଶ୍ଵାସରେ ନେଉ ।

ଖାଇବା,ପିନ୍ଧିବା,ରହିବା ଘର,
ଗଛ ସବୁଥିରେ ଲାଗେ ଆମର ।

ଜାଳ କାଠ ଆଉ ଖଲି-ଚୌପତି ,
ଝୁଣା, ଲାଖ,ମହୁ ମିଳେ ଏମିତି ।

ଆସବାବପତ୍ର ହୁଏ ତିଆରି ,
ଗଛ ପରି ମିତ୍ର କିଏ ଆମରି !!

ଚାଲ ମିଳିମିଶି ଖୋଳିବା ମାଟି ,
ଲଗାଇବା ଗଛ ଜାତିକିଜାତି ।

ଆମ୍ବ,ଜାମୁ,ଲିଚୁ,ପିଜୁଳି-ତାଳ ,
ପଣସ,ଅର୍ଜୁନ,ମହୁଲ, ଶାଳ ।

ଶିଶୁ,ଶାଗୁଆନ, ଶିମୁଳି-ନିମ୍ବ ,
ଆତ, ଓସ୍ତ,ବର,ବେଲ-ଡାଳିମ୍ବ ।

ଏବେ ଠାରୁ ଯଦି ପୋତିବା ଗଛ ,
ପରିବେଶ ଆମ ହୋଇବ ସ୍ୱଚ୍ଛ ।

ଆମ ସଭିଙ୍କର କଲ୍ୟାଣ ହେବ ,
ଋତୁଚକ୍ର ନିୟମିତ ହୋଇବ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।