ଏବେ ଦିନେ ଗାଁ, ରୁ ଖୋର୍ଦ୍ଧା ଯିବା ବାଟରେ ଗୋଟେ ଆଇସକ୍ରିମ ଵାଲା ଭେଟ ହେଲା ଆମେ ଦୁଇଜଣ ଆଇସକ୍ରିମ ଖାଇଲୁ ପଇସା ଦେଲୁ । ଏମିତି କଥା ହେଉ ହେଉ ସାନ ଭାଇ ଶିବାଜୀ ପଚାରିଦେଲା ମାଲ କୋଉଠୁ ଆସୁଛି ।


ସେ ଲୋକର ଉତ୍ତରରେ ଥିଲା ଗୋଟେ ସହରର ନାଁ, ଆଉ ତାପରେ ମୋ ଦେହରେ ସତେ ଯେମିତି ଖେଳି ଯାଇଥିଲା କରେଣ୍ଟ । ପାଦତଳୁ ଖସି ଯାଉଥିଲା ମାଟି । ଆଇସକ୍ରିମ ଟା ହାତରେ ତରଳିବା ଆଗରୁ ତରଳି ଯାଉଥିଲା ମୋ ମନ । ଆଖିରେ ଜକେଇ ଆସୁଥିଲା ଲୁହ । କେହିଜଣେ କୋରି ପକାଉଥିଲା ମୋ ଛାତିକୁ । 

ଧୀରେ ଧୀରେ ଲିଭି ଆସୁଥିବା ଅବଶୋଷ ର ବହ୍ନିରେ ସତେ ଯେମିତି ଏ ଆଇସକ୍ରିମ ଵାଲାର ଉତ୍ତରଟା ଛାଟି ଦେଉଥିଲା ମୁଠେ ମୁଠେ ଝୁଣା । ଏପଟେ ମୋ ଜୀବନ ଆକାଶରେ ମେଘ ଆଣି ବରସିବାକୁ ମନା କରିଦେଇଥିଲା ଉତ୍ତରା ପବନ ।



Writer's Details: ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
Content Category:
Submission Date: Jun 07, 2019