"ଢ" ରାଗ - ଗୌଡା/ତାଳ -ଝୁଲା

ଢଙ୍ଗ ଦେଖି ଅଙ୍ଗଜ ଦୀପ୍ତ ଶରୀର ତୋଷ
                 ନଭୁ ପୁଷ୍ପବୃଷ୍ଟି ଯେ ଅଶେଷ ||
ଢଳଢଳ କରି ଧରି ସୁବର୍ଣ୍ଣ କଳସ
                 ଭରି ଆଣିଲେ ଜାହ୍ନବୀ ରସ ||
ଢଳିଲେ ମସ୍ତକେ ସେହି ବିଷ୍ଣୁପଦୀ ରସ
            ଅଭିଷେକ କଲେ ହୋଇ ତୋଷ ||
ଢଙ୍ଗ ବଢାଇ ଅଙ୍ଗକୁ ସୁନ୍ଦର ସରସ
            ସର୍ବାଙ୍ଗେ ଖଞିଲେ ନାନା ବେଶ ||
ଢଳିତ କରି କଲେ ଯାହା ଥିଲା ମନାସ
              ପିନ୍ଧାଇଲେ ଅମଳାନ ବାସବ ||