ସଂପର୍କର ଛିଟା ଲାଗେ ଭାରି ମିଠା ;
ହେଜମୋ'ର ପ୍ରିୟବନ୍ଧୁ ;
ସମାଜିକ ଏଇ ବନ୍ଧନଟା ଭାଇ
ପାରିକରେ ମହାସିନ୍ଧୁ !!

ବନ୍ଧୁତା ଦିବସେ ବନ୍ଧୁ ମୋର ହସେ ;
ପ୍ରୀତିପୁଷ୍ପ ହସ୍ତେଧରି ;
ସରାଗ ମନରେ ବନ୍ଧୁ ମୋ'ର କହେ
ଆସିଛି ପାଖକୁ ଫେରି !!

ସମ୍ପର୍କ ଆମର ପୁରୁଣା ଦିନର
ମନେ ପଡେ ସ୍ମୃତି ଗାଥା ,
ଆସନ୍ତାକି ଫେରି ସେ' ଅତୀତ ଆଜି
କହନ୍ତା ପୁରୁଣା କଥା !!

ସଂସାରୀ ମଣିଷ ନଲିଭୁ ତା'ହସ
ସୁଖର ସୌହାର୍ଦ୍ଦ୍ୟ ଲଭୁ;
ବନ୍ଧୁପରିଜନ ନ'ହୁଅନ୍ତୁ ଦୂର
ସମ୍ପର୍କଟା କରୁକାବୁ !!

ବିପଦ ଆପଦେ ବନ୍ଧୁ ଛୁଟି ଆସେ ;
ଆଶ୍ୱାସନା କେତେ ଦିଏ ;
ସେଇ ପରା ବନ୍ଧୁ ଢାଳେ ଅଶ୍ରୁବିନ୍ଦୁ
ଦୁଃଖରୁ'ବି ଭାଗନିଏ !!

ପ୍ରକୃତ ବନ୍ଧୁର ଏଇ ପରିଚୟ
ରାଜଦ୍ୱାରେ ଶମସାନେ ;
ଉପସ୍ଥିତ ରହି ଦିଏ ଲୁହ ପୋଛି
ବିନାସ୍ୱାର୍ଥ ଉପଚାରେ !!

ପ୍ରିୟବନ୍ଧୁଗଣ ଘେନ ନିବେଦନ
ଶୁଭ ଅବସରେ ଆଜ
ବନ୍ଧୁର ମର୍ଯ୍ୟାଦା ରଖିବ ସର୍ବଦା
ଉଇଁବ ନୂତନ ସୂର୍ଯ୍ୟ !!

ଆମେ ହଜିଗଲେ ଦୂର ଆକାଶରେ
ସାବକ ସାଜିବେ ବନ୍ଧୁ ;
ପ୍ରଥା ପରମ୍ପରା ରହିଯିବ ପରା
ବିଶ୍ୱହେବ କୃପାସିନ୍ଧୁ !!

Writer's Details: sadananda sahoo , dhurushia , athagarh , cuttack
Content Category:
Submission Date: Aug 12, 2019