ଚିହ୍ନା ମୁଁହ
ବେଳେ ବେଳେଖୁବ୍ ଅଚିହ୍ନା ଲାଗେ
ବିଶ୍ବାସ ଅବିଶ୍ଵାସର
ଦୋଛକିରେ ଠିଆହୋଇ
ତଉଲୁଥାଏ ନିଜକୁ,
ବୁଝେଇ ପାରେନା
ଭଲପାଇବାର ସୁକ୍ଷ୍ମ ସୂତ୍ରଟା
କେମିତି ଯେ ହୁଗୁଳି ଯାଏ ???
ଖୋଜିବସେ............
ଅତୀତର ପ୍ରାଣମୟ ଫର୍ଦ୍ଦ
ସମୟ ସବୁକିଛି ଓଲଟ ପାଲଟ କରିଦିଏ ।
କାହାକୁ ସେ ଦୋଷଦେବ
କାହାକୁ ବା ସଫେଇ ଦେବ
ସେ ବୁଝି ପାରେନି ,
ଆଶା ଭରସାର ମହାଦ୍ରୁମ ଟା
ଅଶାନ୍ତି ଓ ଉଦ୍ ବେଗର ପବନରେ
ଦୋହଲିଯାଏ,
ବିଭ୍ରାନ୍ତିର ବିଷମଞ୍ଜିଟା ଗଜେଇଉଠେ
ହଠାତ୍ ଚେତନା ଜାଗ୍ରତ ହୁଏ,
ପ୍ରବୃତ୍ତି ପରାୟଣତାରୁ ମୁକ୍ତକରି ନିଜକୁ
ଖୋଜିବସେ ଆତ୍ମବିଶ୍ୱାସକୁ
ଉଜ୍ଜ୍ବଳ ଝଲ୍ ମଲ୍ ହୋଇଉଠେ
ଦୁଇ ଆଖି
ସକାଳର କୁହୁଡି ପରି
ଭାବନାର ଅସ୍ବଛ ପରଦା ଅପସରିଯାଏ ।
ଶୁଦ୍ଧ ସୁବର୍ଣ୍ଣ ପରି ଝଟକି ଉଠେ
ଅନ୍ତର୍ଚେତନା ଅତୀନ୍ଦ୍ରୀୟ ରୂପ ମାଧୁରୀମା
ଯାହା ହୃଦୟକୁ
ଏକ ଭିନ୍ନ ଦୁନିଆର ମାୟାରେ
ବାନ୍ଧି ଦେଇଯାଏ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ
ଓରାଳି, ହାଟଡିହି, କେନ୍ଦୁଝର ।଼ଝ
Content Category:
Submission Date: Jul 15, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.