ଏମିତି ଚାଲୁ ଚାଲୁ 
ଜୀବନ ରାସ୍ତାରେ
କେବେ ଥରେ ପଚାରିଛ
ବିବେକକୁ ବନ୍ଧୁ !
କେତେ ଠିକ୍ କରିଛ
କେତେ ଭୂଲ୍ କରିଛ  ??
ବୋଧହୁଏ ନୁହେଁ ..........
ଯଦି ପଚାରନ୍ତ
ତେବେ ବୁଝିପାରନ୍ତ
ଅହଂର ପାଚେରୀ ଭିତରେ
ତମେ କେମିତ ବନ୍ଦୀ ହେଇଛ।
ହେଲେ ତମେ
କେବେବି ପଚାରିବନି
କାହଁକି ନା
ତମେ ଆଉ ତମର ହୋଇ ନାହଁ
ତମ ସରଳ ପଣଟା
ହୃଦୟହୀନତାର ଅନ୍ଧ କୂପରେ
ଆଜି ବୋଧହୁଏ ପଥଭ୍ରଷ୍ଟ,
ତମ ନିରିହ ଆଖି ଉପରେ
ମାଡିଯାଇଛି ଈର୍ଷାର ପରଳ
ତମେ କେବଳ ଦେଖୁଚ ଆକାଶ ।
ଅଥଚ -
ତା ବିଶାଳ ହୃଦୟକୁ
ତମେ କେବେ ବି କଳିନ 
ଫଳ ଭରା ବୃକ୍ଷଟି
କେବେ କ'ଣ
ଉପରକୁ ଚାହେଁ ??
ହେ ବନ୍ଧୁ !
ଥରେ ମାତ୍ର
ତମ ଚାରିପଟ
ଅହଂର ପାଚେରୀକୁ
ଭାଙ୍ଗି ଟିକ୍ ଟିକ୍ କରିଦିଅ
ଦେଖ ସମସ୍ତେ କେମିତି
ଏକାନ୍ତ ଭାବରେ ତୁମର
କେହି ନୁହେଁ ପର ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 06, 2019