ଯୋଗ - ସସ୍ମିତା ସାହୁ

0
ଯୋଗ ନୁହେଁ ବ୍ୟାୟାମ ,ଶାରୀରିକ ଶ୍ରମ 
ଯୋଗ ନୁହେଁ କେଉଁ ଖେଳ,
ଯୋଗ ଅଟେ ଆତ୍ମା ,ପରମାତ୍ମା ସହ
ନିଜ ଶରୀରର ମେଳ II
ଯୋଗ ଅଟେ ଏକ ଆଧ୍ୟାତ୍ମିକ ଶିକ୍ଷା
ଯୋଗ ଅଟେ ଏକ କଳା,
ଯୋଗ ଅଟେ ଏକ ସ୍ୱତନ୍ତ୍ର ବିଜ୍ଞାନ
କଳାକୁ କରଇ ଧଳା II
ମଣିଷ ଜୀବନେ ଯୋଗର ଭୂମିକା
ନିହାତି ଜ଼ରୁରୀ ଅଟେ,
ଭୋଗ ତେଜି ଯଦି ଯୋଗ ସେ କରିବ
ଲାଭବାନ ହବ ସତେ II
ସସ୍ମିତା ସାହୁ , ନାଶିକ

Writer's Details: ସସ୍ମିତା ସାହୁ , ନାଶିକ , ମହାରାଷ୍ଟ୍ର
Content Category:
Submission Date: Jun 21, 2019

Post a Comment

0Comments
Post a Comment (0)