ମୁଁ ନୁହଁ ଗଙ୍ଗଶିଉଳି - ରାଜେନ୍ଦ୍ର ଗିରି

0
ମୁଁ ଆଉ ନୁହଁ ତୁମ ମନର 
ଗଙ୍ଗଶିଉଳି
ପ୍ରତାରଣା ଝାସରେ ଯାଇଛି
ମଉଳି ।।

ଛଳନା ହାତରେ ଥରେ ମୋତେ
ଦିଅ ଦଳି
ଶେଷ ନିଃଶ୍ୱାସ ଛାଡ଼ିବି ତୁମ ସ୍ପର୍ଶକୁ
ଦେହେ ବୋଳି ।।

ଅସହ୍ୟ ଯନ୍ତ୍ରଣା ସହି ନପାରଇ
ମୋ ଦେହ ଦେହାଳି
ତନ୍ତ୍ରୀ ତନ୍ତ୍ରୀରେ ଖେଳିଯାଏ
ହଳାହଳି ।।

ଅନମ୍ବର ଶରୀର କ୍ଷଣକୁ କ୍ଷଣ
ଯାଉଅଛି ଜଳି
ଆଉ ପାରୁନାହିଁ କରି ଅଭିନୟ
ଭଲ ମଣିଷ ଭଳି ।।

ଜୀବନରେ ଥରେ ପୂରଣ କର
ଟିକକ ଅଳି
ମୁକ୍ତି ଦିଅ ,ମୁକ୍ତି ଦିଅ ମୋତେ
ଦେଇ ଶୂଳି ।।

Writer's Details: ରାଜେନ୍ଦ୍ର ଗିରି, ଭୋଗରାଇ , ବାଲେଶ୍ୱର
Content Category:
Submission Date: Jun 21, 2019

Post a Comment

0Comments
Post a Comment (0)