କାକଳୀ ମୁଖର ସଂଧ୍ୟାରେ
କେବେ ଅବଗୁଣ୍ଠନ ବତୀ
ପୁଣି କେବେ ତୁମେ ବର୍ଷଣ ମୁଖର
ଶ୍ରାବଣର ଅମା ରାତି,
କେତେବେଳେ ତୁମେ ପ୍ରୀତିର ଫଲ୍ଗୁ
ପୁଣି କେବେ ମରୁଭୂମି
କେବେ ସୁଶୀତଳ ଶାନ୍ତ ତଟିନୀ
କେବେବା ସାଗର ଉର୍ମି,
କେବେ ଅଶାନ୍ତ, କେବେ ପ୍ରଶାନ୍ତ, କେବେ
ନିଶାନ୍ତେସ୍ୱପ୍ନ ମାଳା
ରହସ୍ୟମୟୀ ହେ ବିଚିତ୍ର ଲୀଳାର
ଧନ୍ୟ ତୁମେ ଚାରୁବାଳା।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ