ଠିଆ ମୁଁ ବଡଦାଣ୍ଡରେ
ଠିକଣା ପାଉନି ଠାବ ଦିଅ ମୋତେ
ଠାକୁର ଶରଣ ପାଦଯୁଗରେ । ୦

ଠୁଳ ଅନୁଭୂତିରୁ ମୋର
ଠିକି ଶିଖିଅଛି ଜବର
ଠେକା ବାନ୍ଧି କିଏ ତୋ କରୁଣା ବିନା
ଠିକବନ୍ଧେ ବାଟ ଚାଲେ ସଂସାରେ । ୧

ଠାରି କୁହ ପଥ ମୋହର
ଠେସନାହିଁ ହୃଦୟ ମୋର
ଠିଆ ହୋଇଛି ମୁଁ ତୋ କରୁଣା ପାଇଁ
ଠାକୁର ଏକା ତୁ ଏ ଭବଘୋରେ । ୨
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jun 24, 2019