ପ୍ରକୃତି କାନ୍ଦେ ଲୁହକୁ ଝରେଇ
                        ଅତ୍ୟାଚାରରେ ସଢି
ବିଷାକ୍ତ ହୋଇଛି ତନୁ ମନ ତାର
                        ଚଢି ପ୍ରଦୁଷଣ ସିଡି ।
ଭାଗ୍ୟ ଆଣିଲା ବିପର୍ଯ୍ୟୟ ପୁଣି
                     ଗଛକୁ ଦେଲା ଉପାଡି
ଶିରିହୀନ ଆଜି ସବୁଜିମା ବିନା
                   ବଢିଚାଲେ କୋଠାବାଡି ।
ଆଲୋଚନା ଆଉ ସଚେତନତାରେ
                      ତମାମ୍ ବର୍ଷଟା କଟେ
ଜୁନ୍ 5 ଆସିଗଲା ମାନେ
                      ସଭା ସମିତିକୁ ଭେଟେ ।
ଅଗ୍ନି ବର୍ଷୁଛି ଆକାଶରୁ ପୁଣି
                       ତାପମାତ୍ରା ସୀମା ଟପି
ଆଶାଢ ଖୋଜୁଚି ମୌସୁମୀ ଆଜି
                      ଛାତିରେ ଦୁଃଖକୁ ଚାପି ।
ଧୂଳି ଧୁଆଁ ଆଦି ସୁକ୍ଷ୍ମ କଣିକାକୁ
                     କେହି ପାରିବେକି ରୋକି
ଫୁସ୍ ଫୁସ୍, କର୍କଟ, ହୃତ୍ପିଣ୍ଡ ରୋଗ
                           ଆସୁଥାଏ ଛପି ଛପି ।
ବିଶ୍ବ ତାପନ ଆତଙ୍କ ଖେଳାଏ
                           ଅଙ୍ଗାରକାମ୍ଳର ସ୍ରୁଷ୍ଟି
ଓଜନ୍ ସ୍ତରର ଅବକ୍ଷୟ ଘଟେ
                            ହୁଏ ପୁଣି ଅମ୍ଳ ବୃଷ୍ଟି ।
ଏବେଠାରୁ ଆମେ ସଜାଗ ନହେଲେ
                        ଜଂଗଲ କ୍ଷୟକୁ ରୋକି
କାନ୍ଦୁଛି ପ୍ରକୃତି ଅଭିଶାପ ଦେବ
                      କେହି ରହିବେନି ସାକ୍ଷୀ ।
ପ୍ରକୃତି ସହିତ ହାତ ମିଳାଇବା
                         ଗଚ୍ଛଟିଏ ପୋତି ନିତି
ପରିବେଶ ସୁସ୍ଥ ସଂକଳ୍ପ ନବାରେ
                          ଭୂଲି ଧର୍ମ ବର୍ଣ୍ଣ ଜାତି ।। 

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି , ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 05, 2019