ପୃଥିବୀ ବୁକୁରେ ଧରଣୀ ଫାଟିଲା
ଆସିଲା ମେଘ ଧାଇଁ ,
ପ୍ରେମ ଯଉବନ ଢାଳିଲା
ମଧୁର ବର୍ଷା ପାଣି ,
ମଧୁର ବର୍ଷା ର ବୁନ୍ଦ ବୁନ୍ଦ ଧାରେ
ତୁମେ ମୁହଁ ପୋତି ଆସୁଥିଲ ,
କହିଲ ମୁଁ
ରହି ପାରିବି କି ,
ମୁଁ କହିଗଲି
ରହିବ ତୋ ତୁମେ ,
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ ।
ଝିପ୍ ଝିପ୍ ବର୍ଷା ମଧ୍ୟେ
ଛୋଟ ଆଲୋକ ,
ମେଳ ଦେଖି
ତୁମେ ଡରିଯାଅ ,
ଡରିମରି ତୁମେ
ମୋ ହୃଦୟେ ଲାଖିକରି ରହିଯାଅ ,
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ ।
ତୁମ ସ୍ମିତ ହସ ଭରା ଚାହାଁଣି
ବୁକୁରେ ଲହରୀ ଖେଳେ ,
ଏମନ୍ତ ପ୍ରେମର ବାଣ ମାରିଲ ଯେ
ତୁମକୁ ରାତି ଦିନ ଝୁରେ ,
ଅବଶେଷ ନାହିଁ ସେ ବର୍ଷା ର
ତୁମ ମନେ ଥାଏ ସନ୍ଦେହର ଖେଳ ,
ଭାବି ଭାବି ମନେ ମନେ
ଯେତେ ଯେ ଯାତନା
ମେଳାଉ ଥାଅ ମେଳ ,
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ ।
ପ୍ରଥମ ଦିବସର ସେ ସ୍ମୃତି କୁ ଚାହେଁ
ବାରମ୍ବାର ତାହା ହେଉ ,
ଆମ ଏ ଚାହାଁଣି କୁ
ପ୍ରଭୁ ଏକ ଗତି ଦେଉ ,
ସେ ଗତିରେ ଝୁଲିଫେଲି
ଆମେ ଯିବା ବୋହି ,
ନ ଥିବ କାହାକୁ ଡର
ଥିବ ତୁମର ଛାଇ ,
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ ।
ବର୍ଷା ଧମେଇ ଯିବା ଅନ୍ତେ
ମନରୁ ଦିଗ୍ଧା ଝାଡି କେଶେ ,
କହିଗଲ ଦେଖାହେବ
ତୁମରି ସାଥେ ପ୍ରତିଦିନ ,
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ
ହୋଇ ଝିପ୍ ଝିପ୍ ବର୍ଷା ରେ ତୁମେ ।

Writer's Details: ନାମ - ଶିବାଶିଷ ନାଏକ
ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ , କେନ୍ଦୁଝର
ଓଡ଼ିଆ ସମ୍ମାନ ଛାତ୍ର
ଘର - ଜଘିଂରା, ଜିଲ୍ଲା - କେନ୍ଦୁଝର, ରାଜ୍ୟ - ଓଡ଼ିଶା, ଦେଶ - ଭାରତ
ବାର୍ତ୍ତାଳାପ - +୯୧୯୬୬୮୬୦୩୮୭୧ / +୯୧୭୯୭୮୧୫୭୯୩୬
ଇ-ମେଲ ଠିକଣା - shibasheeshnaikjgr@gmail.com
Content Category:
Submission Date: Jul 01, 2019