ମାଗୁନାହିଁ ତୋତେ ଧନ ଯଉବନ
ଧନ ହେବ ମୋର କିସ,ଲୋଡ଼ା ତୁମ ଟିକେ ସେନେହ କରୁଣା
ଆହେ ପ୍ରଭୁ ଜଗଦୀଶ ।
ଲାଗୁଛି ଏପରି ସଂସାର ମୋହଟା
ଧିରେ ଧିରେ କରେ ଗ୍ରାସ,
ତୁଣ୍ଡେ ଥାଉ ମୋର "ଜୟ ଜଗନ୍ନାଥ"
ଦିଅହେ ଏହି ଆଶିଷ ।
ପୁଣି ଯଦି କେବେ ଦେବରେ ଜନମ
କରିଦେବ ମୋତେ ଘାସ,
ମସ୍ତକରେ ତୁମ ପାଉଥିବି ଶୋଭା
ଛୁଇଁବନି ମାୟା ଧାସ ।
ଚୋରି ନାରୀ ମିଥ୍ୟା ହିଂସା କପଟତା
ପାଲଟିଛି ପରିବେଶ,
ମଲ୍ଲି ଫୁଲ ପିନ୍ଧି ରତନ ବେଦିରେ
ହସୁଛୁ ମୁରୁକି ହସ ।
କାହିଁକି ନୀରବ କୁହହେ ମାଧବ
ହିରଣ୍ମୟୀ ହୃଷିକେଶ,
କଳ୍କୀ ଅବତାର ନେବାକୁ ଜଗାରେ
ବାକି ଆଉ କେତେ ବର୍ଷ ।
ଜୀବନ ଜଞ୍ଜାଳ ସହି ହେଉନିରେ
ନେଇଯାରେ ତୋର ପାଶ,
ତୋ ରୂପକୁ ଦେଖି ଆଖି ଯାଉ ଲାଖି
ମନଲୋଭା "ସୁନାବେଶ"।
Writer's Details: ଅଶୋକ କୁମାର ସ୍ବାଇଁ
କୁଜଙ୍ଗ, ପାରାଦୀପ, ଜଗତସିଂହପୁର
Content Category:
Submission Date: Jul 13, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.