ପୁରୁଣା ସ୍ମୃତିକୁ ସଜେଇ ଶିଖିଛି
ନାଁ ଟି ମୋର କଲମ |
ଯେପରି ଗଢିବ ସେପରି ସାଜିବି
କାମରେ ନାହିଁ ମୋ କେବେ ବିରାମ |

ଅକ୍ଷରକୁ ଯୋଡି ଶବ୍ଦ କରିପାରେ,
ପୁଣି ଖଣ୍ଡ ବିଖଣ୍ଡିତ ଶବ୍ଦକୁ ବାକ୍ୟ,.
ମାଳ ମାଳ ବାକ୍ୟ କେବେ ଗଦ୍ୟ ପଦ୍ୟ ହୋଇ
ପାଲଟିଲି ସବୁ ବିରହର ସାକ୍ଷ୍ୟ |

ଭଙ୍ଗା ଉଜୁଡା ସ୍ମୃତି ଯେତକ
ସବୁକୁ ଗଢି ତୋଳିବା ଜାଣିଛି,
ଯେପରି ଚାହିଁବ ସେପରି ଲେଖିବି
ସବୁ ଢଙ୍ଗେ ଲେଖି ଶିଖିଛି | 

Writer's Details: Ranjita Das, G-90, NIT Campus, Rourkela, Odisha, India.
Content Category:
Submission Date: Jul 13, 2019