ସଂସାରେ ସଂସାରୀ ଆଶା ଅସୁମାରୀ
ସପନରେ ଭାସେ ନିତି ,
ସୁଖଭୋଗେ ଆଶା କରେସେ' ସହସା
ଅରଜିବ ବୋଲି ଖ୍ୟାତି ! !

ସୁଖଦୁଃଖ ଚିତ୍ର ଜୀବନର ମିତ୍ର
ଏ'କଥା ଜାଣନ୍ତି ସର୍ବେ ,
ଆଶା ଆକାଂକ୍ଷାରେ ଦିନ ବିତିଯାଏ
ସମ୍ଭବ ସଂଭାବ ଭାବେ ! !

କର୍ମରୁ କାର୍ମିକ ସରାଗ ମାଣିକ
ସ୍ଵର୍ଣ୍ଣ ନୀଡ ବିଭୂଷିତ ,
ଧନଜନ ମାନ ଆଶିର୍ବାଦ ଫଳ
ପ୍ରଭୁକୃପା ଭିକ୍ଷା ସତ ! !

ଗରିବ ପଣିଆ ଅଭାବି ଦୁନିଆଁ
ଆଖିସ୍ଵପ୍ନ ନୁହେଁଭିନ୍ନ ,
ସବୁରି ଆଖିର ଗୋଟିଏ ସପନ
ପ୍ରାପ୍ତ ହେଉ ଗୁପ୍ତଧନ ! !

ସଂସାର'ର ଛବି ଆଙ୍କେ କିନ୍ତୁ କଵି
ଦୁଃଖସୁଖ ଦୃଶ୍ୟ ଦେଖି ,
ଲେଖନୀ ପରଶେ କଵି ହସେକାନ୍ଦେ
ଅନୁଭୂତି ରଙ୍ଗ ମାଖି ! !

ଅନ୍ନ ବସନରେ ଅଭାବି ଦୁଃଖରେ
କେ' କରିବ ଦାନଧର୍ମ ,
ସର୍ବେ ସ୍ଵାର୍ଥପର ଏ' ଧନୀକ ସମାଜ
କଵି ଲେଖେ ଭେଦି ମର୍ମ ! !

ଭଙ୍ଗାକୁଡିଆରେ ଶୋଇଛି ଦୁଃଖିରେ
ସୂର୍ଯ୍ୟ ଚନ୍ଦ୍ର ଦୃଶ୍ୟମାନ ,
କାହାକୁ କହିବ କେ'କରିବ ପୂର୍ଣ୍ଣ
ହସିବ ଏ' ଦୁଃଖି ଜନ ! !

ପିଲା ପରିବାର ସୁଖର ସଂସାର
ଅଭାବରେ ଜର୍ଜରିତ ,
ଗରିବ ପଣିଆ ହିନିମାନିଆ ଲୋ'
କେହି ବସନ୍ତିନି ମିତ ! !

କର୍ମ ଅଗ୍ରସର ହୁଅ ହେ' ମାନବ
ଦୁଃଖ ଚିତ୍ର ଯିବ ଲିଭି ,
ଅଭାବ କଷଣ ଆମ କର୍ମ ଫଳ
ଏ'କଥାଟି ଥାଆ ହେଜି ! !

କେତେ ପ୍ରାସଙ୍ଗିକ ସୁଖଦୁଃଖ ଚିତ୍ର
ବର୍ଣ୍ଣନା ସାପେକ୍ଷ ସତ୍ୟ ,
ବିପଦ ଆପଦ ଆକସ୍ମିକ ଝଡ
ଦୋହଲାଇ ଦିଏନିତ୍ୟ ! !

ନୀଡର ଶାବକ କ୍ଷୁଧାତୁର ସତ
ଅଝଟ କରେନି କାହିଁ ,
ଜାଣିଛିକି ସିଏ ଅଭାବରେ ଆମେ ?
ମାଆ ପାଶେ କିଛି ନାହିଁ ! !

Writer's Details: sadananda sahoo , dhurushiaa , athagad , cuttack
Content Category:
Submission Date: Jun 28, 2019