ଏଇମୋ ପ୍ରେମର ଯେତେ ଇସ୍ତାହାର
ସହଜରେ ଜାଳି ଦେଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ତୁମେ ଜୀବନର ଏମିତି ଇଲାକା
ଚିହ୍ନଟ କରିଛି ମନ
ଗ୍ରୀଷମ ବସନ୍ତ ଦୁହେଁ ଦୁଇ ସାକ୍ଷୀ
ସ୍ବାକ୍ଷର ଭରା ସେ ଦିନ ।

ଯାହା ମୋର ପ୍ରାପ୍ୟ ପାଇବା ଆଗରୁ
ସେସବୁ ଛଡେଇ ନେଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ଲୁହ କୋହ ମୋର ଖାତା ଖତିଆନ
ଲୋକ ନିନ୍ଦା ହେଲା ନିଆଁ
ନିଷ୍ଠୁର ହାକିମ  ନୀରବେ ରହିଛି
ଖୋଜେ ପ୍ରମାଣର ଛୁଆଁ ।

ସବୁ ହରେଇ ମୁଁ ହାରିଗଲା ପରେ
ଦିନ ମୋ ଜଳନ୍ତା ଜୁଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା