ରୂପ ମଧ୍ୟେ ପ୍ରକୃତି
ପ୍ରକୃତି ମଧ୍ୟେ ରୂପ
ରୂପ ରୂପାନ୍ତରେ ମା
ସୃଷ୍ଟି ର ମୂଳ ସ୍ତୂପ ।
ବାସରେ ଜନ୍ମାଷ୍ଟମୀ
ନଦୀ ତଟ ତୀରେ
ଉଦ୍ଧାର ହୁଏ ମାଟି
ଗଢ଼ିବାକୁ ତୋ ମୂର୍ତ୍ତି ।
ଏଥୁ ଏହି ଅନ୍ତେ
ପ୍ରଥମ ବିଧି ଗତେ
କାରିଗର ହୁଏ ଜାଗି
ଗଢ଼ିବାକୁ ତୋ ମୂର୍ତ୍ତି ।
ଶିଳ୍ପୀ ହସ୍ତେ ଉଦ୍ୟତ
ତୋହ ସର୍ବ ରୂପ
ମହାଳିୟେ ଉନ୍ମୀଳିତ ହୁଏ
‌ ତୈଳ ଚିତ୍ର ବେଶ ।
ଦଶ ଦିବେ ପାଳିତ ହୁଏ
ତୋହ ଦଶହରା
ଷଷ୍ଠୀ ନେଇ ଦଶମୀ ରେ
ସରେ ତା'ର ଭେଳା ।
ଷଷ୍ଠୀ ବାସେ ବିଲ୍ଲୃବରଣ
ସମ୍ପନ୍ନ ହୁଏ ପୂଜା
ଅନ୍ତେ ରାତ୍ରୀ ଆଗମନ
ଦେବୀ ଚକ୍ଷେ ରଙ୍ଗ ଲଭା ।
ଚକ୍ଷୁ ଦାନ ଘେନି ପ୍ରାଣ
ଜୀବନ୍ତ ହୁଏ ମା
ମନ୍ତ୍ରଶକ୍ତି ପାଠ ବଳେ
ଶକ୍ତି ମୟୀ ହୁଏ ମା ।
ନବ ପତ୍ର ଜାତି ଗତେ
ସପ୍ତମୀ ହୁଏ ପୂଜା
ମହାସ୍ନାନ ବିଧି ଗତେ
ଆବୃତ୍ତେ ହୁଏ ଲଭା ।
ଅନ୍ତେ ବୃତ୍ତେ ହୋମ ପୁଷ୍ପ
ଆବୃତ୍ତେ ହୁଏ ଧାର
ମାର୍କଣ୍ଡେୟ ପୁରାଣ ଗ୍ରନ୍ଥେ
ସମ୍ପନ୍ନ ହୁଏ କାର୍ଯ୍ୟ ।
ସନ୍ଧିପୂଜା ଅଷ୍ଟେମେ
ହୁଏ ତା'ର ବିଧି
ଶାସ୍ତ୍ର ବିଧି ଗତେ ହୁଏ
ବଳି କାର୍ଯ୍ୟ ଗତି ।
ପୂର୍ବେ ଜୀବ ହତ ବଳି
ଆଜ ଲାଉ କଖାରୁ ପାଣି
କଖାରୁ ବୋଇତି ବଳି
ମା ପାଖେ ହୁଏ ବଳି ।
ଶାଢ଼ୀ ଫେଣୀ
ଭୋଗ ରାଗି
ମା ପାଖେ ହୁଏ ଅର୍ପି ।
ଅର୍ପିତ ଅନ୍ତେ
ମହିଳା ବର୍ଗେ
ପରିଧାନ କନ୍ତି
ନୂତନ ବସ୍ତ୍ର ଶାଢ଼ୀ ।
ନବମୀ ତିଥେ
ମା ଦୁର୍ଗା
କୁମାରୀ ରୂପେ ପୂଜ
ମହାମାୟା ଜଗଜ୍ଜନନୀ ବ୍ରହ୍ମମୟୀ ରୂପ ।
ମାଛ ଭୋଗ ନବମୀ ପୂଜେ
ମା ପାଖେ ହୁଏ ଅର୍ପି
ଅର୍ପିତ ଅନ୍ତେ ଭକ୍ତ ମେଳେ
ଭୋଗ ହୁଏ ଜାଗି ଜାଗି ।
ଅନ୍ତେ ବେଳେ ଭକ୍ତ ମେଳେ
ଦଶମୀ ହୁଏ ଆଗି
ବିଦାୟ ନେବେ ମା ଦୁର୍ଗା
କାନ୍ଦ ବୋବାଳି କ୍ରାନ୍ତି ।
ମହିଳେ ନେଇ ବାଟକୁ ବାଟ
ଦେଖରେ ମୁହେଁ ଲୁଟା
ଆମକୁ ପ୍ରେମ ଝରଣା ଦେଇ
ଯିବକି ଆମ ମା ।
ଅପରାଜିତା
ପୁଷ୍ପ ଅର୍ପି
ମହିଳେ ହୋନ୍ତି ଦୁଃଖୀ ।
ଏମନ୍ତ ଦୁଃଖ
ଦୂର କୋନ୍ତି
ମା ଦୁର୍ଗା ସିନ୍ଦୁରେ ଲଭି ।
ଶେଷେ ଭୋଗେ ଦହି ପଖାଳ
ଭକ୍ତ ମେଳ ଚାଞ୍ଚଲ୍ୟ ଧାର
ଘେନିକି ଘେନି ଭିଡ
ଦେଖରେ ଦେଖ ମା ଆମ୍ଭର
ଆସିବେ ଆସନ୍ତା ବର୍ଷ ।

Writer's Details: ନାମ - ଶିବାଶିଷ ନାଏକ, ଓଡ଼ିଆ ସମ୍ମାନ ଛାତ୍ର
ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝର
ଘର - ଜଘିଂରା, ଜିଲ୍ଲା - କେନ୍ଦୁଝର, ରାଜ୍ୟ - ଓଡ଼ିଶା, ଦେଶ - ଭାରତ
ବାର୍ତ୍ତାଳାପ - +୯୧୯୬୬୮୬୦୩୮୭୧
ଇ-ମେଲ ଠିକଣା - shibasheeshnaikjgr@gmail.com
Content Category:
Submission Date: Jul 01, 2019