ଜୀବନର ପଥ ନୁହେଁ ତ ସୁଗମ 
କେବେ କଣ୍ଟା କେବେ ଫୁଲ
ଅନ୍ୟର ଖୁସିରେ ବଞ୍ଚିବାଟା ଶ୍ରେଷ୍ଠ
ମୂଲ ତା' ଅମୂଲ ମୂଲ ୲୲

କ୍ଷଣିକ ସୁଖର ମୋହରେ ଭାସିଣ
ମନେ ବାନ୍ଧୁ ସିନା ଆଣ୍ଟ
ଆଶା ବୈତରଣୀ ଘୁଞ୍ଚି ଘୁଞ୍ଚି ଯାଏ
ଦେଇଯାଏ ବହୁ କଷ୍ଟ ୲୲

ଦେବାରେ ଯେ ଖୁସି ପାଇବାରେ ନାହିଁ
ଏ କଥା ବୁଝିଛି ଯିଏ
ମରମେ ମରମେ ଧରମକୁ ସିନା
ହୃଦୟେ ଲଭିଛି ସିଏ ୲୲

କହିବା ଅାଗରୁ ଅନ୍ୟର କଷଣ
ଅନୁଭବେ ଯେଉଁ ଜନ
ନିଃସ୍ଵ ହେଲେ ବି ସେ ଧନରେ ଧାନ୍ୟରେ
ଧନବାନ୍ ତାର ମନ ୲୲

ଆସକ୍ତ ନ ହୁଏ କେବେ ସେ କାହିଁରେ
ନିଷ୍କାମ ସେବାଟି ସାର
ସକଳ ସତ୍ତାରେ ବ୍ରହ୍ମ ଦରଶନ
ଅବିଳମ୍ବେ ଘଟେ ତାର ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jul 08, 2019