କାଳାନଳ ସମ ଚର୍ତୁଦିଗେ ଜଳେ ନିଆଁ
କୃର ଫଣି ପୁଣି ଅବେଳେ ଉଦ୍-ଗାରେ ବିଷ ।
ଭୟଙ୍କର ଗୋଟେ ଅଜଣା ଦାନବ ଆଁ
ଗିଳେ,ମୁର୍ହୂମୁହୁ ମଣିଷେ ଯାତନା କ୍ଳେଶ   ।।
ଅପକର୍ମ,ପାପାଚାର, ଅତ୍ୟାଚାର ପୁଣି 
ଅ-ମାନବିକତାର ଧର୍ଷଣେ ଦୁଃଷଣେ ଶିଶୁ ।
ଅନାଚାର,ହତ୍ୟା, ଲୁଣ୍ଠନ, ରାହାଜାନୀ
ମଣିଷ ସତରେ ସାଜିଛି ଗୋଟାଏ ପଶୁ  ।।
ଦିଗହରା ହୁଏ ଆଇନ, କାନୁନ୍ ଯାହା
ସଂବିଧାନେ ସତ୍ୟ, ନୈତିକତା ଗଲା ହଜି ।
ନିରିହ,ଲାଂଛିତ ପାଏ ନାହିଁ ସାହା,ରାହା
ଆଶାର ସଉଧ ଅଦିନେ ଯାଉଛି ଭାଜି  ।।
ଅ-ସହିଷ୍ଣୁତା, ଅହଂକାର,ସ୍ଵାର୍ଥ ନୀତି
ଅବିଶ୍ବାସ,ହଳାହଳେ ସାମ୍ୟବାଦ ସ୍ଵର ।
ରୁଦ୍ଧ ହୋଇଯାଏ ଭୟରେ ଥରଇ ଛାତି
ଅପସୃତ ସତ୍ୟ ହଜିଯାଉଅଛି କ୍ରାନ୍ତି  ।।
ଯୁବଶକ୍ତି ଆଜି ସ୍ଵପ୍ନ ବିଭୋର ଭୋଳେ
ନିଶାଗ୍ରସ୍ତ ମନ ବିପଥେ ପଥିକ ହୁଏ ।
ଜୀବନ ସୂର୍ଯ୍ୟ ଅସ୍ତ ମିତ ତା ମରଣ ଅନ୍ତରାଳେ
ଭବିତବ୍ୟ ଆହା କେତେ ଅନ୍ଧାର,ଅନ୍ଧାର ଘୋଟିଯାଏ  ।।
ନାଗରିକତା ର ବିକାର ଭାବନା ବିଷ
ନିଜହାତେ ନିଜେ ସଜାଡଇ ନିଜ ଜୁଇ
ଅଦଦଭୁତ କର୍ମେ କରେ ନିଜ ସର୍ବନାଶ
ଦେଶ,ଯଶ,ହିତ, ସଂସ୍କୃତି, ସଂହତି ଆଉ ନାହିଁ ଆଉ ନାହିଁ  ।।