ବୋଉ ବୋଉ ଉଠୁ ଏମିତି କଣ ଶୋଇଛୁ ଯେ ? ବୋଉ ଲୋ ଭାରି ଭୋକ ଲାଗୁଛି ଖାଇବା କୁ ଦେ ଲୋ । ଏମିତି କହି ଚାଲିଥିଲା ୪ ବର୍ଷ ର ପୁଅ ସୌରଭ୍।ହେଲେ ଚପଳମନା ଛୁଆ ଟି ଜାଣି ନଥିଲା ତା ବୋଉ ଆଉ ଉଠିବନି। ସେ ଏଇ ଇହ ଜଗତ ଛାଡି ସାରିଲେଣି।ହେଲେ ସେ କଣ ଶୁଣୁଛି ତା ବାପା ହିତେନ୍ ବାବୁ ଙ୍କ କଥା।ଏକ ଜିଦ୍ ଧରିକି ବସିଛି ତା ବୋଉ ଉଠିକି ଖୋଇଲେ ସେ ଖାଇବ। ନାନା ପ୍ରକାର ଲୋକ ବୁଝେଇବାରୁ ସେ ଶେଷ ରେ ବୁଝିଲା ଯେ ତା ବୋଉ ଏବେ ଭଗବାନ ଙ୍କ ପାଖକୁ ଗଲା ଭଗବାନ ତାକୁ ଡକେଇଛନ୍ତି ସେ ଫେରି ଆସିବ।ଶେଷ ରେ ମନ କୁ ବୁଝାଇ କିଛି ଦି'ଟା ଖାଇଲା । ସବୁଦିନ ଅପେକ୍ଷା କରେ ତା ବୋଉ ଆସିବ ତାକୁ ଖୋଇଦେବ।ହିତେନ୍ ବାବୁ ସ୍ତ୍ରୀ ଙ୍କୁ ଭୂଲିବାକୁ ନିଜକୁ କାମରେ ବ୍ୟସ୍ତ ରଖୁଥିଲେ।ପୁରାପୁରି ପୁଅ ସୌରଭ କଥା ଭୂଲି ଯାଇଥିଲେ।ବିଚରା ପିଲା ଟି ନିଜକୁ ନିଜର ଏକଲାପଣ ର ସାଥୀ ବନେଇ ଦେଇଥିଲା।ଘର ର ଚାକର ଚାକରାଣୀ ଙ୍କ ହେପାଜତ ରେ ଥିଲା ସିନା ବାପା ବୋଉ ଙ୍କ ସ୍ନେହ ପାଇଁ ସେ ବହୁତ ବିକଳ ଥିଲା।କପାଳଫଟା ପିଲା ଟି ର ଗୋସେଇଁ ବାପା ମା ବି ନଥିଲେ।ସେ ସବୁବେଳେ ନିଜ କୁ ଘର ର ଏକ କୋଣ ରେ ଆବିଷ୍କାର କରେ। 


ଏଇ ଭିତରେ ୬/୭ ମାସ ଅତିକ୍ରାନ୍ତ ହୋଇଯାଇଛି।ହଠାତ୍ ସେ ଦିନ ବାପା ହିତେନ୍ ଙ୍କ ଡାକ ଶୁଣି ଡ୍ରଇଂ ରୁମ୍ କୁ ଆସିଲା।ଆରେ ଏ କିଏ ବାପା ଙ୍କ ସହିତ।କିଛି କହିବା ଆଗରୁ ବାପା କହିଲେ ସୌରଭ୍ ଇଏ ତୋର ବୋଉ। ଆଶ୍ଚର୍ଯ୍ୟ ହୋଇ ସୌରଭ୍ କହି ଉଠିଲା ବାପା ଏ ଆଣ୍ଟି ମୋ ବୋଉ କେମିତି?ବାପା ବୁଝାଇ କହିଲେ ଆରେ ବାବୁ ଭଗବାନ ନା ତୋ ବୋଉ କୁ ଆଉ ଗୋଟେ ମୁହଁ ଦେଇ ତୋ ପାଖକୁ ପଠେଇଛନ୍ତି।ହେଲେ ସେ ବୁଝି ପାରିଲାନି।ଭଗବାନ ଏମିତି କାହିଁକି କରିବେ।ତା ବାପା ଗଣେଶ ଙ୍କ ମୁଣ୍ଡ ରେ ତ ପୁଣି ହାତୀ ମୁଣ୍ଡ ଲାଗିଲା।ଏ ଉଦାହରଣ ଦେଇ ବୁଝାଇବାରୁ ସେ ଚପଳମତି ମନ ବୁଝିଗଲା। ଧୀରେ ଧୀରେ ତା ନୂଆ ବୋଉ ର ରୁକ୍ଷ ବ୍ୟବହାର ତା ମନ କୁ ବିଚଳିତ କଲା।ଝରଣା ହିତେନ୍ ବାବୁଙ୍କ ସ୍ତ୍ରୀ ସିନା ହୋଇ ପାରିଲେ କିନ୍ତୁ ସୌରଭ୍ ର ମା ନୁହେଁ।ପୁଅ ପ୍ରତି ଅକଥନୀୟ ଅତ୍ୟାଚାର ତାଙ୍କ ହୃଦୟ କୁ ଗଭୀର କୁଷ୍ଠାରଘାତ କରୁଥିଲା ହେଲେ ସେ ଉପାୟଶୂନ୍ୟ ହୋଇ ଯାଇଥିଲେ।ଭଲ କରିବାକୁ ଯାଇ ସେ କେଡେ ବଡ଼ ଭୂଲ୍ କରିଛନ୍ତି ପଶ୍ଚାତାପ କରୁଥିଲେ। ହେ ପ୍ରଭୂ! ତୁମେ ମୋର ପୁରୁଣା ବୋଉ କୁ ଫେରାଇ ଦିଅ।ବୋଉ ର ମୁହଁ ପରିବର୍ତ୍ତନ କରିଦିଅ।ବୋଉ ମାନେ ତ ଗେଲ କରନ୍ତି କୋଳ ରେ ବସାଇ ଖୋଇ ଦିଅନ୍ତି।ଆଉ ପିଲା ମାନଙ୍କୁ ଡର ଲାଗିଲେ ପଣତ ରେ ଲୁଚେଇ ଦିଅନ୍ତି।ହେଲେ ତୁମେ ମୋ ବୋଉ ର ମୁହଁ ତ ବଦଳି ଦେଲ ହେଲେ ତା ମନ ହୃଦୟ କାହିଁକି ବଦଳାଇଲ?? ଏମିତି କହି କଇଁ କଇଁ ହୋଇ କାନ୍ଦୁଥିଲା।ଏଇ ସବୁ କଥା ତାର ନୂଆ ବୋଉ ଦୂର ରେ ରହି ଶୁଣି ନିଜ ଭୂଲ୍ ବୁଝି ଲୁହ ଗଡାଉ ଥିଲା ।  ବାପା ସୌରଭ୍ ମୋ କୋଳ କୁ ଆ ଧନ।ଭଗବାନ ମୋ ମନ ପୁଣି ବଦଳେଇ ଦେଲେ।ସୌରଭ୍ ଖୁସି ରେ ଆତ୍ମହରା ହୋଇ ଉଠିଲା। ତାର ବାଳୁତ ମନ ର ଚପଳତା ଆଗରେ ବୋଧେ ଭଗବାନ ହାର୍ ମାନିଲେ।

Writer's Details: Tapaswini Dash Sarangi,Bangalore
Content Category:
Submission Date: Jun 29, 2019