ଜୀବନ ଏକ ସନ୍ତୁଳନ 
ସୁଖ ଦୁଃଖର ମିଶ୍ରଣ,
କେବେ କରେ ସୁଖକୁ ଗ୍ରହଣ,
ପୁଣି କେବେ ପିଇବାକୁ ହୁଏ
ଦୁଃଖର ଜହର |

କିଏ ଏଠି ଚିହ୍ନା ଚିହ୍ନା…
ପୁଣି କିଏ ଏଠି ଅତି ଆପଣାର,
ଆଜି ନିଜର ଲାଗୁଥିବା ମଣିଷ ମଧ୍ୟ
କାଲି ହୁଏ ସାତ ପର |

ଏଇତ ଜୀବନର ସମୀକରଣ,
କେବେ କରିବାକୁ ହୁଏ ମିଶାଣ
ପୁଣି କେବେ ଫେଡ଼ାଣ |

ସମୟ ଏଠି ସଭିଙ୍କ ସରି ସରି ଯାଉଛି |
ଆଜି ଅଛି ଏ ପ୍ରାଣ କାଲି ଥିବି କି ନଥିବ,
ସେ କଥା ଅବା କିଏ ଜାଣିଛି |

ସେଥିରେ ତ ପୁଣି କେତେ ରାଗ ହିଂସା,
ମଣିଷ ଅହଂକାର ନିଆଁରେ ଜଳୁଛି |
ଅନ୍ୟ ସୁଖ ଦେଖି ନିଜ ସୁଖକୁ ଜଳେଇ,
ନିଜେ ଜଳି ଜଳି ମରୁଛି |

ଜୀବନ ତ ଇଏ ଚଳଚ୍ଚିତ୍ର ସତେ,
କାହାଣୀ ଲେଖା ତ ସରିଛି |
ଯେ ଯାହା ନିଜ ଅଭିନୟ ସାରି,
ବାହୁଡ଼ିବାକୁ ଅଣ୍ଟା ଭିଡୁଛି | 

Writer's Details: Ranjita Das, NIT Rourkela ,Odisha ,India.
Content Category:
Submission Date: Jun 22, 2019