• ବରଷା ଆସଇ ପହିଲି ଆଷାଢ଼
• ଅଷାଢୁଆ ଆକାଶରେ
• ବିଜୁଳି ଚମକ କଳାମେଘି ରୂପ ଇନ୍ଦ୍ରଧନୁ ସାତ ରଙ୍ଗରେ,,
• ତା ରିମି ଝିମି ଗୀତ ତାଳେ ,
• ଘୋର ଗରଜନ ଟମକ ନିଶାଣ
• ମନରେ ଛନକା ଭରେ ।।
• ଘୋର ଘନଘଟା ବଉଦ ଶୂନ୍ୟତା
• ପୂର୍ଣ୍ଣକରି ନିଏ ଆବୋରି
• ଅନିଳ ପ୍ରବାହେ ତାଳଦେଇ ଖେଳେ ମଉସୁମୀ ଦିବା,ସର୍ବରୀ ,,
• ଅହିଭୁଜ ବନାନୀ ରେ ,
• ସବୁଜ ମଞ୍ଜୁଳ ମଞ୍ଜରୀ ଗହଳେ
• ପୁଚ୍ଛ ଟେକି ନୃତ୍ୟ କରେ ।।
• ନବ ଦୁର୍ବାଦଳ ଲତା ମହୀଧର
• ରଙ୍ଗେ ସବୁଜିମା ଧରଣୀ
• କଦମ୍ବ ଫୁଲର ମହକ ବିଛାଇ ଆସିଲା ବରଷା ରାଣୀ,,
• ସୁପ୍ତ ଭୃଣେ ପ୍ରାଣ ଭରେ ,
• ଧୂସର ମାଟିରେ ସବୁଜ ବରଣା
• ମଉସୁମୀ ଆସିବାରେ ।।
• ନିଶବଦ ହେଲା ଝିଙ୍କାରି ଶବଦ
• ନାରୀମୁଖ ବାଦ୍ୟ ସମ
• ମଣ୍ଡୁକ ରାବରେ ମୁଖରିତ ହୁଏ ଏଇତ ବରଷା ଦିନ ,,
• ବିରହି ପ୍ରବାସେ ଝୁରେ ,
• ଅତିଭୋଳେ ରୋଳେ ପ୍ରୀୟା ପାସେତାର
• ଚିଟାଉ ଦିଏ ମେଘ ରେ ।।
• କୃଷକ ପରାଣେ ନବ ଉନ୍ନାଦନା
• ଯାଗେ ନବ ଅଭିଳାଷ
• ପହିଲି ଆଷାଢ଼ ରଜ ପରେ ପରେ ଗଡେ ଜଗା ନନ୍ଦିଘୋଷ ,,
• ବରଷା କାଳ ମହୀରେ ,
• ଉପଗତ ହୁଏ ନିଦାଘ ଦୂରେଇ
• ପ୍ରକୃତି ଋତୁ ଚକ୍ରରେ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.