ସାବିତ୍ରୀ ବ୍ରତ - ହାସ୍ୟମୟୀ ରାଜ୍

0
ହୃଦୟର କାନ୍ଭାସରେ
ଆଙ୍କୁଛି ମୁଁ ଛବି ତୁମ
     ନିତି ପ୍ରତିଦିନ,
ଜୀବନଟା ପାଲଟିଛି ସାବିତ୍ରୀର ବ୍ରତ
ଏକ ଦିନେ ବ୍ରତ କିବା ହୁଏ ସମାପନ ।
ହୃଦୟକୁ କରିଛି ମନ୍ଦିର
ତୁମେ ହିଁ ଦେବତା ମୋର
ତୁମ ପାଇଁ ଭକ୍ତି ଦୀପଟିଏ
                ସଦା ପ୍ରଜ୍ଜ୍ବଳିତ,
ସାବିତ୍ରୀତ ପାରିବିନି ହୋଇ
ସାଧାରଣ ନାରୀଟିଏ ହୋଇ ବଞ୍ଚିବାକୁ ଚାହେଁ
ତମେ ମୋର ଆତ୍ମାର ଅନ୍ତଃସ୍ୱର
                   ଭାବର ସ୍ଥାପତ୍ୟ ।
ସିନ୍ଦୁର ଦେଇଛ ତମେ
ଶଙ୍ଖା ତ ଦେଇଛ
ଆଶା ତ ଦେଇଛ ପୁଣି
ସ୍ବପ୍ନ ଦେଖାଇଛ
ବାହ୍ୟ ପୂଜା ଆଡମ୍ବରେ ଲାଗେନାହିଁ ମନ,
ନିରତେ ତୁମ ପାଇଁ ପାଳୁଛି ମୁଁ ବ୍ରତ
ମନାସୁଛି ଶୁଭ
ତୁମ ଶ୍ରଦ୍ଧା ସଂଜୀବନୀ ମନ୍ତ୍ର
ପ୍ରଶ୍ବାସରେ ଭରେ ମୋ ଜୀବନ।
ଗତି ମୁକ୍ତି ଜୀବନରେ ନାହିଁ ତୁମ ବିନା
ଲୋଡା ନାହିଁ ସ୍ବର୍ଗ ସୁଖ ଐଶ୍ଵର୍ଯ୍ୟ କାମନା,
ଈଶ୍ବରଙ୍କ ଠାରେ ସଦା ଆଶିଷ ମୁଁ ମାଗେ
ଏକ ପୁତ୍ରେ ଭରିଦିଅ ଶତ ପୁତ୍ରର ଭାବନା।
ବିତି ଯାଉ ଧରାବକ୍ଷେ ବର୍ଷ ପରେ ବର୍ଷ
ତୁମେ ଥାଅ ସୁସ୍ଥ ନିରାମୟ
ସବୁ ରିଷ୍ଟ ହୋଇଯାଉ ଦୂର
ବର୍ଷୁଥାଉ ଅହରହ ଏ ଜୀବନେ ମୋର
               ତାଙ୍କରି ଅଶେଷ କରୁଣା।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 02, 2019

Post a Comment

0Comments
Post a Comment (0)