ହଳଦୀମଖା ଝିଅର ପ୍ରେମ - ଶିବ ଚରଣ ମହାପାତ୍ର

0
ନାଆଁ ନଥିବା ସମ୍ପର୍କ
ସ୍ମୃତି ଚାଙ୍ଗୁଡି ରୁ ଗୋଟେଇ ଗୋଟେଇ
ମନ ର ମଲାଟେ ସାଇତି ରଖି
ପାଦ ଆଙ୍ଗୁଠି ରେ ଭାଗ୍ୟ ରେଖା ଗାରେଇଲେ କଣ
ଶରତ ଆକାଶ ରୁ ଶ୍ୱେତ ବଉଦ ର ପ୍ରେମ ଝରିବ..??
ଥରେ ଅଧେ କବାଟ କୋଣ ର ଅର୍ଦ୍ଧ ମୁଦ୍ରିତ ଚାହାଣୀ
ଦି ପଦ ଲାଜ ସରସର ଭିଟାମିନ ଡି ଭରା କଥା
ଆଉ
କପେ ଗାଢ୍ ଚିନି ଦିଆ ଚା' ର ସନ୍ତକ ରେ ଯାହା
କାଶତଣ୍ଡି ଗଭାରେ ଧୂସର ଲିପ୍_ଷ୍ଟିକ ର ଚମକ ଖସିବ..
ଭଙ୍ଗା ଚାଳିଆ-ଭଙ୍ଗା ମନ-ଭଙ୍ଗୁର ଯୌବନ ରେ
ଜହ୍ନ ର ଶୀତଳ କଳଙ୍କ ବଞ୍ଚିବା ର ଖୋରାକ ବୋଳି
ପରିତୃପ୍ତି ନିଶ୍ୱାଃସ ମାରୁ ମାରୁ
ଅଣଚାଶ ପବନ ଝିଙ୍କାରି କଣ୍ଠ ରେ ଝାଏଁ ଝାଏଁ ଗୀତ ଗାଇବ..
ସ୍ମୃତି ର ଗାଲିଚା ଯେତେ ମାଜିଲେ କଣ ପରିଣତ ବୟସ
ଦୁବ ବରକୋଳି ପତ୍ର ର ଅଭିଷେକ ଗ୍ରହଣ କରିବ..??
ଖାଲି ଯାହା..
ନଇ ତୁଠ ଘଷା ପଥର ଟା
ହଳଦୀ ମଖା ଗୋରା ଦେହରେ
ଯନ୍ତ୍ରଣା ଯୁଇ ର ନିଆଁ କୁ ବାରମ୍ବାର ଘଷିଦେବ..
ବାରମ୍ବାର ପୋଛିନେବ..
ସେବେଳେ..
ହାଲକା ଇଛାରେ ହୃଦୟର ସାଇତା ପ୍ରେମ
ଆଖିରେ ଚନ୍ଦନ ମାଖି ନୀଳହ୍ରଦ ପାଲଟୁ ପାଲଟୁ
ସବୁତକ ପାଣି ପ୍ରେମିକ ମହକ ରେ ଲବଣାକ୍ତ ହେବ..
ତଥାପି..
ହଳଦୀ ମଖା ଝିଅଟି
ବିଷ କୁ ପିୟୁଷ କରି ସ୍ମୃତି ର ତମାଳ ବନେ
ପ୍ରତିକ୍ଷା ର ଆଞ୍ଜୁଳାଏ ଲୁହ କୁ
ସବୁଥର ପରି
ଏଥରକ ବି ଢକ୍ ଢକ୍ କରି ପିଇ ଚାଲିଥିବ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)