ପହିଲି ରଜ - ଉଷାରାଣୀ ଦାସ

0
ଧୁଧୁ ଖରା ଜଳୁଛି ଧରଣୀ
ବରଷାର ନାହିଁ ଦେଖା
ଏସନ ଗୋରୀ କେମିତି ପାଳିବ ରଜ
ସବୁ ଲାଗେ ଫିକା ଫିକା

ସକାଳ ପହରୁ ସଜ ସେ ହୋଇଛି
ବଉଳର ନାହିଁ ଦେଖା
ଖିଲିପାନ ଜାକି ଓଠ ରଂଗାଇଛି
ମନରେ ପଶିଛି ଦକା

ବରଗଛ ମୂଳେ ଜମି ନାହିଁ ଭିଡ
ମୋବାଇଲି କରିଛି ବାଇ
ଦାଣ୍ତିଆ ବାଗୁଡି ଦୁରକୁ ଥାଉ
ତାସ ଲୁଡୁବି ନାହିଁ

କେତେ ଆଶା ନେଇ ଆସିଥିଲି ଗାଁ
ପାଳିବି ପହିଲି ରଜ
ସାଙ୍ଗ ସାଥି କାହାର ଦେଖାତ ନାହିଁ
ସହରେ କଲେ ବାସ

ମନେ ପଡେ ସେଇ ପିଲାଦିନ କଥା
ରଜରେ ସଜ ମଉଜ
ତିନିଦିନ ଧରି ବିତୁଥିଲା ଏମିତି
ମାଟିରେ ନଥିଲା ପାଦ

ଦଳେଇ ସାହିରେ ଉଡା ଦେଖିବାକୁ
ଯାଉଥିଲୁ ସାଥି ହୋଇ
ରଂଗ ବେରଙ୍ଗ ବେଲୁନ ପାଇଁ
କରୁଥିଲି ଅଳି ମୁହିଁ

ସମୟ ସ୍ରୋତରେ ହଜିଛି ସେ ଦିନ
ଆଜି ଲାଗେ ସବୁ ଫିକା
କିଏ ଆଣିଦେବ ସେ ସୁନେଲି ଦିନ
ଅତିତର ସ୍ମୃତି ମାଖା
🔸🌻🔸🌻🔸
ଖାନନଗର, ବାଲେଶ୍ବର

Post a Comment

0Comments
Post a Comment (0)