• ତୁମେତ ସଜନୀ ନଳିନୀ
• ମୁଁ'ଅଟେ ରବିକର,
• ତୁମେ ତ ତଟିନୀ କୁମୁଦ କଳିକା
• ଶରଦ ଶଶି ମୁଁ
• ତାରା ଭରା ଆକାଶର ।।
•
• ତୁମେତ ସୁନ୍ଦରୀ ମୟୂରୀ
• ଘୋର ଘଞ୍ଚ ବନାନୀ ର,
• ତୁମରି ପ୍ରଣୟ ଆତୁର ବିଧୁର
• ନୀଳ ମେଦୁର ମୁଁ
• ଉଡେ ଶୂନ୍ୟେ ଶୂନ୍ୟାକାର ।।
•
• ତୁମେ କୁଆଁ ତାରା କୁଆଁରୀ
• ପାହାନ୍ତିଆ ଆକାଶର,
• ମୁଁ ନିର୍ବିକାର, ନିଥର,ନିଶ୍ଚଳ
• ନୀଳ ଅମ୍ବର
• ତୁମକୁ କରିଛି କୋଳ ।।
•
• ସାତରଙ୍ଗର ବାଶବ କାର୍ମୁକ
• ବିଶାଳ ଛାତିରେ ମୋର,
• ତୁ ଶୀତ ସିକ୍ତ ଟିପି ଟିପି ବର୍ଷା
• ତୁ, ବିଦ୍ୟୁତ ପ୍ରଭା
• ବିଭୁଷଣ ଫୁଲ ତୁଲ ।।
•
• ଫେନୀଳ,ସୁନୀଳ,ଉତାଳ ତରଙ୍ଗ
• ଚଳଚଞ୍ଚଳ ଅଧୀର,
• ଅନନ୍ତ ପ୍ରେମର ପ୍ରଣୟ ପିପାସୁ
• ପ୍ରୀୟା ତରଙ୍ଗିଣୀ
• ମୁଁ ନୀଳ ପାରାବାର ।।
