• ତୁମେ ପ୍ରିତୀଧାରା ମନ ଧ୍ରୁବତାରା
• ତୁମେ ଜୀବର ଜୀବନ,
• ତୁମେତରେ ସଖୀ ଶରତ୍-ଚନ୍ଦ୍ର ମୁଖୀ
• ତୁମେ ଅମୂଲ୍ୟ ରତନ,
• ତୁମ ବିନା ସ୍ଵପ୍ନ ନୁହଁଇ ସମ୍ପୁର୍ଣ୍ଣ
• ପ୍ରିୟ ସଖୀ ପ୍ରାଣ ଧନ,
• ତୁମେ ତ ହୃଦ ଚନ୍ଦନ , ତୂମେ ପ୍ରିତୀ ଧାରା ମନ… ।।
•
• ତୁମ ନୀଳ ଆଖି କଥାକୁହେ, ଦେଖି
• ଥୟ ହୁଏନାହିଁ ମନ,
• ସତେ ନୀଳକଇଁ ଛଇଳା ସୁ-ଦେହୀ
• ମଧୂଝରା କୁନ୍ଦ ବନ,
• ରତୀପତି ଶର ଅସହ୍ୟ, ସୁନ୍ଦର
• ଛବି ଦେଖିଦେଲେ ତୁମ,
• ତୁମେ ଆକାଶ କୁସୁମ , ତୁମେ ପ୍ରିତୀ ଧାରା ମନ… ।।
•
• ନିସ୍ତେଜିତ ମାଟି ଘଟେ ପ୍ରାଣଶକ୍ତି
• ତୁମେ ଦେବୀ ଶକ୍ତି ସମ,
• ସତେ ନିୟନ୍ତ୍ରିତ କରିଛ ରେ ମିତ
• କରିଅଛ ଶକ୍ତିମାନ୍,
• କେମିତି ଭୁଲିବି ରେ ନୟନ ଛବି
• ବାନ୍ଧି ଦେଇଅଛ ମନ,
• ମନ ଆକାଶ ର ଜହ୍ନ , ତୁମେ ପ୍ରିତୀ ଧାରା ମନ… ।।
