ମହୀରେ ପଡିଛି ହୁରି
ତମଚଲା ପଥ କଲା କେ ଆକଟ
ସଭିଏଁ ହୁଅନ୍ତି ଝୁରି...
ଆକଳନ ହେଲା ଫିକା
କେତେ କେତେ ତଥ୍ୟ ହୋଇଲା ଅତୀତ
ସବୁ ମିଛ ମରୀଚିକା...
ଝାଉଁଳି ଯାଉଛି ଦେହ
ବଉଦ ବିମୁଖ ମାଡୁନାହିଁ ପାଖ
ବୈଶାଖୀ ଦେଇଛି କୋହ...
ତତଲା ପଶ୍ଚିମା ବାଆ
ଜାଳି ଦିଏ ପୁଣି ସବୁଜ ବନାନୀ
ଦୁଲୁକାଇ ଦିଏ ହିଆ...
ଅବୁଝା ମାନବ ଜାତି
ସ୍ୱାର୍ଥର ଅନଳେ ଜଳେ ସବୁବେଳେ
ଭାବିଲେ ଲାଗଇ ଭୀତି...
ବିରସ ହୁଅନି ଆଉ
ମାନ ଛାଡି ଆସ ମନ ମୋ ବିବଶ
ତପନ ସାଧିଛି ଦାଉ...
ନଇଁ ଗଲାଣି ଗୋ ମଥା
ସିଞ୍ଚି ଦିଅ ବାରି ମନ ହୁଏ ଘାରି
ଦିଅ ନାହିଁ ଆଉ ବ୍ୟଥା...

