ଜଗାକୁ ଜ୍ୱର - ରଞ୍ଜିତା ଦାସ

0
ଜ୍ୱରରେ ପୀଡିତ କାଳିଆ ସାଆନ୍ତ,
ବ୍ରହ୍ମ|ଣ୍ଡ ଠାକୁର ବୋଲି ତତେ ବୋଲାଏ ଜଗତ |
ଜ୍ୱରରେ କମ୍ପୁଛୁ ଆହେ ବ୍ରହ୍ମ|ଣ୍ଡ ଗୋସାଇଁ,
ଚିକିତ୍ସିତ ହେଉ ଅଣସର ଘରେ ରହି |
ଦୁଃଖୀ ରଙ୍କିଙ୍କ ସାଥି ବୋଲାଉରେ ତୁହି,
ରତ୍ନବେଦୀ ଛାଡି ଆସିଲୁ ତୁ ଧାଇଁ |

ଜଗତର ନାଥ ଆହେ ଜଗନ୍ନାଥ,
ତୋ ଦର୍ଶନ ପାଇଁକି ଚାହିଁ ରହିଛି ତୋରି ଭକତ |
ବଡ ଦେଉଳ ଆଜି ଲାଗେ ଖାଲି ଖାଲି,
ଭଲ ଵି ଲାଗେନି ଆଜି ଶରଧାର ବାଲି,

ଫୁଲୁରି ତେଲର ସେବା ତତେ ଲାଗି ହେବ,
ଦୁଃଖୀ ରଙ୍କି ମଲେ କିଏ କାହିଁ ବା ଶୁଣିବ?
ରତ୍ନସିଂହାସନ ଅଧିକାରୀ ତୁ କାଳିଆ ଠାକୁର,
ତତେ କି ବା ଶୁଭୁନି ସେ କରୁଣର ସ୍ୱର? 

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jun 19, 2019

Post a Comment

0Comments
Post a Comment (0)