
ବେଳ ଅବେଳରେ ମନେ ପଡିଯାଏ
ତୁମ ଲାଜୁଆ ଲାଜୁଆ ମୁହଁର ହସ ଟିକକ
ମହୁଲ ଫୁଲର ବାସ୍ନା ପରି ଆବୋରି ନେଇଯାଅ
ମୋ ମନର ଗନ୍ତାଘରଏବଂ ଶୁନ୍ୟତାକୁ
ଚିତ୍ରପଟରେ ଭାସିଆସେ ସେଇ ଝାପସା ଝାପସା
ସୂର୍ଯ୍ୟଦୋୟ ତୁଲ୍ୟ ହସହସ ମୁହଁ ,
ଏବେ କିନ୍ତୁ ସେସବୁ ଯେଉଁଠୁ ଆରମ୍ଭ ସେଇଠି ଶେଷ,
ସବୁ ଅଙ୍କ ମନସାଙ୍କ ଭୁଲଭାଲ ହେଇ ଯାଇଛି ,
ସମ୍ପର୍କର ଅପହଞ୍ଚ ଇଲାକାରେ
କେତେଯେ କାହାଣୀ ଛପି ରହିଛି
ସେସବୁଏବେ କେଉଁଏକ ଦିଗ୍ବଳୟର ସେପାରିରେ
ଏବେକିନ୍ତୁ,ସେସବୁଭାବିବାକୁମନା ,
ଛୁଇଁବା ତ ଦୂରର କଥା
ସ୍ୱପ୍ନ ଦେଖିବା ବି ବୋଧେ ଅପରାଧ ହେଇଯିବ,
ଏବେ ତ ହସିବାକୁ ବି ମନା,
କେବଳ ଅଭିନୟ ହିଁ ଅଭିନୟ
ନିର୍ଦ୍ଦେଶକ କିମ୍ବା ଦର୍ଶକଙ୍କ ଆବଶ୍ୟକ ପଡୁନି
କାରଣ ତୁମେ ଶିଖେଇ ଦେଇ ଯାଇଛ
ଅଭିନୟ ପ୍ରସ୍ତୁତି ଏବଂ ଅଭିନୟ କରିବାର କଳା,
Writer's Details: Rabindra Kumar Biswal,
Acharya Vihar, BHUBANESWAR. Pin-751013. Phone-9337132233
Content Category:
Submission Date: May 31, 2019
